ନାଗ ସାପ କାମୁଡ଼ିବାରୁ ସାପକୁ ଧରି ମହିଳା ମେଡିକାଲ ପହଞ୍ଚିଲେ

Key Points
ଗାଁର ଜଣେ ମହିଳାଙ୍କୁ ନାଗ ସାପ କାମୁଡ଼ିଲା
ସାପ ଟି ମହିଳାଙ୍କୁ ଦୁଇ ତିନି ଥର କାମୁଡିଛି
ସଙ୍ଗେ ସଙ୍ଗେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା କଣ୍ଟେଈକୋଳି ଗାଁର ଜଣେ ମହିଳାଙ୍କୁ ନାଗ ସାପ କାମୁଡ଼ିଥିଲା। ମହିଳା ଜଣକ ହେଲେ ରଶ୍ମିତା ନାୟକ (୪୫)। ନାଗ ସାପ ଟି ମହିଳାଙ୍କୁ ଦୁଇ ତିନି ଥର କାମୁଡିବା ପରେ ମହିଳା ଜଣଙ୍କ ସାପଟିକୁ ଧରି ସଙ୍ଗେ ସଙ୍ଗେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ସମୟରେ ୧୦୮ ଆମ୍ବୁଲାନ୍ସ ନଥିବାରୁ ତାଙ୍କୁ ବେସରକାରୀ ଆମ୍ବୁଲାନ୍ସରେ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଯାହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚଞ୍ଚାଲ୍ୟକର କଥା ଯେ ସାପ କାମୁଡିବା ପରେ ମହିଳା ଓ ମହିଳାଙ୍କ ସମ୍ପର୍କୀୟ ନାଗ ସାପକୁ ଏକ ଡବା ରେ ନେଇ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ସାପଟିକୁ ଜଙ୍ଗଲରେ ଛଡ଼ା ଯାଇଥିଲା।