Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନ୍ୟାୟ ଦାବିରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା

Odisha

Relationship Dispute / ନ୍ୟାୟ ଦାବିରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା

Ritu Das
Browse all articles by Ritu Das
·2 months ago·2 min read
ନ୍ୟାୟ ଦାବିରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା
India

Key Points

ଭଲ ପାଇ ଧୋକା ପରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ପ୍ରେମିକର ଘର ଆଗରେ ଧାରଣା ଦେଲେ ମହିଳା। ଏହିଭଳି ଘଟଣା ପୁଣି ଦେଖିବାକୁ ମିଳିଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ।
ପ୍ରେମ, ପ୍ରତାରଣା ଆଉ ଧୋକା ଖାଇ ଏବେ ପ୍ରେମିକ ଦୁଆରେ ମହିଳା। ଆଜ୍ଞା ହଁ ଭଳ ପାଇ ମନ୍ଦିରରେ ବିବାହ କଲେ କିନ୍ତୁ ଶେଷରେ ଧୋକା ଖାଇଲେ। ପ୍ରେମିକ ପ୍ରେମିକାଙ୍କୁ ଅଧାବାଟରେ ଛାଡ଼ି ଫେରାର। ଆଉ ନ୍ୟାୟ ପାଇବାକୁ ପ୍ରେମିକା ଜିଦ ଧରି ବସିଛନ୍ତି। ଆଉ ପ୍ରେମିକ ଘର ଆଗରେ ଧାରଣାରେ ବସି କହିଛନ୍ତି ମୋତେ ବୋହୂ ଭାବେ ଗ୍ରହଣ କର ନଚେତ ମୁଁ ଜୀବନ ହାରିବି।

ଭଲ ପାଇ ଧୋକା ପରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ପ୍ରେମିକର ଘର ଆଗରେ ଧାରଣା ଦେଲେ ମହିଳା। ଏହିଭଳି ଘଟଣା ପୁଣି ଦେଖିବାକୁ ମିଳିଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ। ଦୀର୍ଘ ଚାରି ବର୍ଷ ତଳେ ଉକ୍ତ ଅଞ୍ଚଳର ଜଣେ ମହିଳା ଗୁଣ୍ଟୁପଡା ଅଞ୍ଚଳର ଟୁଲୁ ମହାରଣାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ସମ୍ପୃକ୍ତ ମହିଳାଙ୍କ ଘରକୁ କାମ କରିବାକୁ ଯାଇ ଏହି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲାବେଳେ ପ୍ରଥମେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଯୁବକ ବାଧ୍ୟ କରିଥିଲେ ଓ ପରବର୍ତ୍ତୀ ସମୟରେ ଫେରାର ହୋଇ ଉଭୟ କିଛିଦିନ ଧରି ସୁରତରେ ରହି ଆସୁଥିଲେ। ସେଠାରେ ଅମ୍ବାଜି ମନ୍ଦିରରେ ଉଭୟଙ୍କ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ ମଧ୍ୟ ହୋଇଥିଲା। ବିବାହର କିଛି ମାସ ପରେ ଆମର ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିଲା। କିନ୍ତୁ ମୋ ପୁଅକୁ ଦେଖିବା ପୂର୍ବରୁ ମୋ ଛୁଆକୁ ହତ୍ୟା କରିଦେଲେ ବୋଲି ଅଭିଯୋଗ କରିଛନ୍ତି ପ୍ରେମିକା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ପ୍ରେମିକାକୁ ଗ୍ରାମକୁ ଯିବା କହି ସେଠାରେ କୋର୍ଟ ମ୍ୟାରେଜ କରିବା କହି ଡାକି ଆଣିଥିଲେ। କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବ ନିକଟରେ ଅପେକ୍ଷା କରିବାକୁ କହି ପ୍ରେମିକ ସେଠାରୁ ଫେରାର ହୋଇଯାଇଛି। ସେହିଦିନ ଠାରୁ ନ୍ୟାୟ ଭିକ୍ଷା କରୁଥିବା ବେଳେ ନ୍ୟାୟ ନ ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ବସିଛି ପ୍ରେମିକା।

ଏନେଇ କବିସୂର୍ଯ୍ୟନଗର ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ କରିଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘଟଣା ବହୁ ଦିନ ବିତିଯାଇଥିଲେ ପୋଲିସ କୌଣସି ସଫଳତା ପାଇନି। ଥାନାକୁ ବାରମ୍ବାର ଯାଇ ଫେରିଛନ୍ତି ମହିଳା, ଯାହାକୁ ନେଇ ଗତକାଲିଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ଏପଟେ ନ୍ୟାୟ ନ ମିଳିଲେ ଜୀବନ ହାରିଦେବେ ବୋଲି ପ୍ରେମିକା କହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ନାହିଁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman Sits on Protest Outside Lover’s House Demanding Justice | Argus News