ଏକତରଫା ପ୍ରେମରୁ ମହିଳାଙ୍କୁ ଯୁବକଙ୍କ ଛୁରାମାଡ
·1 year ago·1 min read

ପୁରୀ ଜିଲ୍ଲା ଗୋପ ଥାନା ଅର୍ନ୍ତଗତ ରାହାଙ୍ଗଗୋରଡା ଅଞ୍ଚଳର ଜଣେ ମହିଳାଙ୍କୁ ଅତର୍କିତ ଭାବରେ ଜଣେ ଯୁବକ ଛୁରାମାଡ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଗୁରୁତର ହୋଇ ଗୋପ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ କିଛି ଦିନ ଧରି ରାହାଙ୍ଗଗୋରଡା ଅଞ୍ଚଳର ବିଜୟ କୁମାର ବେହେରା ନାମକ ଜଣେ ଯୁବକ ସେହି ଗ୍ରାମର ଛବିରାଣୀ ମହାପାତ୍ରଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଇରାଣ କରୁଥିଲା। ଆଜି ସକାଳେ ମହିଳା ଜଣଙ୍କ ଘର କାମ କରୁଥିବା ବେଳେ ସମ୍ପୃକ୍ତ ଯୁବକ ମହିଳାଙ୍କ ଘର ଭିତରେ ପଶି ଗୋଟିଏ ଧାରୁଆ ଛୁରି ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରି ମାରି ହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଯୁବକ ଜଣଙ୍କ ମହିଳାଙ୍କ ଫଟୋ ଭାଇରାଲ୍ କରି ଜେଲ ଯାଇଥିଲେ । ମହିଳା ଜଣଙ୍କ ସ୍ବାମୀ ଭୁବନେଶ୍ୱରରେ ପୁଅ ସହିତ ରହୁଥିବା ବେଳେ ମହିଳା ଜଣଙ୍କ ଘରେ ଏକୁଟିଆ ଥିଲେ। ଏକତରଫା ପ୍ରେମରୁ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: