Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାହିଳାଙ୍କ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ, ଝିଅ ଗୁରୁତର

Rashmita Mishra
Browse all articles by Rashmita Mishra
·11 months ago·1 min read
ମାହିଳାଙ୍କ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ, ଝିଅ ଗୁରୁତର

Key Points

ଭଡ଼ା ଘରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ

ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଛି

ଗୁରୁତର ରହିଥିବା ଝିଅକୁ ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି

ବ୍ରହ୍ମପୁର ପୋଲିସ ଜିଲାର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ସୋମବାର ଭୋରରେ ଏକ ଜଘନ୍ୟକାଣ୍ଡ ଘଟିଛି। ଭଡ଼ା ଘରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ରହିଥିବା ତାଙ୍କ ଝିଅକୁ ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ଜଣଙ୍କ ଗାୟତ୍ରୀ ସ୍ବାଇଁ(୩୪)। ଆହତ ଥିବା ତାଙ୍କ ଝିଅ ହେଲେ ନିଲାମ (୧୦)। ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଏଭଳି ଅମାନବୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛନ୍ତି। ସଦର ଏସ୍‌ଡିପିଓ, ଥାନାଧିକାରୀ ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରାଯାଉଛି। ପୋଲିସ ସାଇଣ୍ଟଫିକ ଟିମ୍‌ ସହାୟତାରେ ଘଟଣାର ବିଭିନ୍ନ ଦିଗରୁ ଛାନ୍‌ଭିନ୍‌ କରୁଛି। ମହିଳାଙ୍କ ଗଳାକାଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ପରେ ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ଘଟଣାରୁ ପ୍ରକାଶ, ଗାୟତ୍ରୀ ତାଙ୍କ ଝିଅକୁ ଧରି ରାଖୀ ବାନ୍ଧିବା ପାଇଁ ତାଙ୍କ ଭାଇ ଘର ହଞ୍ଜିଳିକାଟୁ ଯାଇଥିଲେ। ରବିବାର ସନ୍ଧ୍ୟାରେ ସେ ଘରକୁ ଫେରିଥିଲେ। ସୋମବାର ବଡ଼ି ଭୋରରୁ ତାଙ୍କୁ ହତ୍ୟା କରାଯାଇଛି। ପୋଲିସ ସିସିଟିଭି ସହାୟତାରେ ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଲୋଚପଡ଼ା ଅଞ୍ଚଳରେ ବ୍ୟବସାୟ କରୁଥିବା ଜଣେ ଯୁବକ ଏହି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଧରାପଡ଼ିଲେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman-stabbed-to-death-by-thugs-daughter-in-critical-condition | Argus News