Videos
|
Odisha

Flood In Ganjam / ନଦୀର ବନ୍ୟାପାଣିରେ ଭାସିଗଲେ ମହିଳା

Ritu Das
Browse all articles by Ritu Das
·10 months ago·2 min read
ନଦୀର ବନ୍ୟାପାଣିରେ ଭାସିଗଲେ ମହିଳା

Key Points

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଗୁଣ୍ଡୁରିବାଡି ଗାଁ ନଦୀର ବନ୍ୟାପାଣିରେ ଭାସିଯାଇ ମହିଳା ନିଖୋଜ। ନିଖୋଜ ମହିଳା ଜଣକ ହେଲେ ବିରିକୋଟ ଗାଁର ଅମ୍ବି ନାୟକ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଗୁଣ୍ଡୁରିବାଡି ଗାଁ ନଦୀର ବନ୍ୟାପାଣିରେ ଭାସିଯାଇ ମହିଳା ନିଖୋଜ। ନିଖୋଜ ମହିଳା ଜଣକ ହେଲେ ବିରିକୋଟ ଗାଁର ଅମ୍ବି ନାୟକ। ଗତକାଲି ସନ୍ଧ୍ୟା ସମୟରେ ନିଜ ଘର ବାରି ପଟ ନଦୀକୁ ଶୌଚ ହେବାକୁ ଯାଇଥିଲେ । ଗୋଡ ଖସି ଯିବାରୁ ନଦୀରେ ଭାସିଗଲେ ମହିଳା। ପରିବାର ଲୋକଙ୍କ ଠାରୁ ଖବରପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି।

ଏହାସହ ପଢ଼ନ୍ତୁ : ଶ୍ରୀମନ୍ଦିର ବାହାରେ ବୁଲୁଛନ୍ତି ଠକ, ଗୁମାସ୍ତା ପରିଚୟ ଦେଇ ଲୁଟୁଛନ୍ତି ଯାତ୍ରୀଙ୍କୁ !

ଭଞ୍ଜନଗର ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ହେଲେ ବର୍ତ୍ତମାନ ଯାଏ ଅଗ୍ନିଶମବାହିନୀ ନଦୀରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ମହିଳାଙ୍କ ପତ୍ତା ମିଳିନି। ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ମହିଳା ଜଣକ ବହୁ ଦୂରକୁ ଭାସି ଯାଇଥିବା ଅନୁମାନ କରାଯାଉଛି।

ଏହାସହ ପଢ଼ନ୍ତୁ: ଏତେ ନୃଶଂସ ! ମହିଳାଙ୍କୁ ଦୁଷ୍କର୍ମ କଲେ, ଜିଅନ୍ତା ଜାଳି ଜଙ୍ଗଲକୁ ଫିଙ୍ଗିଦେଲେ...

ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା ସନ୍ଦେହ । ଜଙ୍ଗଲ ଭିତରୁ ମିଳିଲା ମହିଳାଙ୍କ ଦରପଚା ମୃତଦେହ । ଦେଓଗାଁ ଥାନା ଗୋଏଲପୀତା ଗାଁ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଜିଅନ୍ତା ଜାଳି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୁହଁକୁ ଜାଳି ଦେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ମୃତଦେହର ପାରିପାର୍ଶ୍ଵକ ସ୍ଥିତିକୁ ଦେଖିଲେ ମହିଳା ଜଣଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହରଠାରୁ ଅଳ୍ପ ଦୂରରେ ମହିଳାଙ୍କ ଭଙ୍ଗା ଚୁଡି, ଶାଡ଼ି, ଶାଲ ପଡ଼ିଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ । ମଙ୍ଗଳବାର ବନ୍ଧପଡ଼ା ପୋଲିସ ଫାଣ୍ଡି ଅଧୀନ ଗୋଏଲପିଟା-ଡୁମେରପିଟା ରାସ୍ତାରୁ ଅଧ କିଲୋମିଟର ଦୂର ବାମ ପାର୍ଶ୍ୱରେ ଥିବା କୁମୁସିନ ଜଙ୍ଗଲରେ ମହିଳାଙ୍କ ଶବ ପଡ଼ିଥିବା ଦୁଇଜଣ ଛେଳିଚରାଳି ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ତାପରେ ଯେଉଁ ଜମିରେ ଶବ ପଡ଼ିଥିଲା ତାଙ୍କୁ ମଧ୍ୟ ଖବର ଦେଇଥିଲେ ।

ଖବରପାଇ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସ୍‌ଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ, ଜଣେ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ମିଳିଲା ପରେ ଦୁଷ୍କର୍ମ ଓ ହତ୍ୟା ହୋ‌ଇଛି କି ନାହିଁ ଜଣାପଡ଼ିବ ବୋଲି କହିଛନ୍ତି।