Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କୁ ଦଳିଦେଲା ଗୋଠଛଡା ଦନ୍ତା

Ritu Das
Browse all articles by Ritu Das
·1 year ago·1 min read
ମହିଳାଙ୍କୁ ଦଳିଦେଲା ଗୋଠଛଡା ଦନ୍ତା

ମହିଳାଙ୍କୁ ଦଳି ଦେଲା ଗୋଠଛଡା ଦନ୍ତାହାତୀ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଗୋପିନାଥପୁର ଗ୍ରାମରେ। ସୂଚନା ଅନୁଯାୟୀ ଦେଉଳି ଗୋପୀନାଥପୁର ଗାଁ ର ବାସନ୍ତୀ ରାଉତରାୟ ସକାଳୁ କାଜୁ ତୋଳିବା ପାଇଁ ଘରୁ ନିକଟସ୍ଥ ଜଙ୍ଗଲକୁ ଯାଉଥିବା ବେଳେ ଗୋଠ ଛଡା ଦନ୍ତା ହାବୁଡରେ ପଡିଥିଲେ । ଫଳରେ ଦନ୍ତା ହାତୀଟି ତାଙ୍କୁ ଦଳି ଦେଇଥିବା କାରଣରୁ ଘଟଣା ସ୍ଥଳରେ ବାସନ୍ତୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିବାର ଦୀର୍ଘ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ବନବିଭାଗର କୌଣସି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଜଣାପଡିଛି ।


ସେପଟେ ହାତୀ ମଣିଷ ଲଢେଇରେ କେତେବେଳେ ମଣିଷ ତ କେତେବେଳେ ହାତୀର ଜୀବନ ଯାଉଛି । ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ୧୬ ଟିକିଆ ହାତୀପଲ ବିଭିନ୍ନ ଅଞ୍ଚଳରେ ଉତ୍ପାତ କରୁଥିବା ବେଳେ ଗୋଠ ଛଡା ଦନ୍ତା ଏବେ ଦେଉଳି ଅଞ୍ଚଳରେ ଆତଙ୍କ କରୁଛି । ସେପଟେ ବନବିଭାଗ କର୍ମଚାରୀ ହାତୀ ଘଉଡାଇବାରେ କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେଉଥିବା କାରଣରୁ ଏହିଭଳି ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସେପଟେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲୀ ଜନ୍ତୁ ଗାଁ ମୁହାଁ ହେଉଛନ୍ତି। କିନ୍ତୁ ବନବିଭାଗ କର୍ମଚାରୀ ହାତୀ ଘଉଡାଇବା ବିଫଳ ହେଉଥିବା ଘଟଣାରୁ ସ୍ପଷ୍ଟ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman-trampled-by-elephant | Argus News