Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଳବୈଶାଖୀ ପ୍ରଭାବରେ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

Odisha

କାଳବୈଶାଖୀ ପ୍ରଭାବରେ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଳବୈଶାଖୀ ପ୍ରଭାବରେ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

ତରଭା ଥାନା ଲୁକାପାଲି ଗାଁରେ ଅଘଟଣ। କାଳବୈଶାଖୀ ପ୍ରଭାବରେ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ । ମୃତକ ହେଲେ ମନଚି ବଗର୍ତ୍ତୀ ବୋଲି ଜଣା ପଡିଛି । ନିଜ ବିଲରୁ ଆସୁଥିବା ବେଳେ କାଳ ବୈଶାଖୀ ତାଣ୍ଡବ ଆରମ୍ଭ ହୋଇଥିଲା l ଗଛ ତଳେ ଅଟକିଥିବାବେଳେ ଗଛ ଉପୁଡି ମାନଚିଙ୍କ ଉପରେ ପଡିଯାଇଥିଲା l ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏଖବର ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। କାନ୍ଦବୋବାଳିରେ ଘର ଫାଟିପଟୁଛି। 


ରାଜ୍ୟରେ କାଳବୈଶାଖିର ତାଣ୍ଡବ। ବିଭିନ୍ନ ସ୍ଥାନରେ ହୋଇଛି ଝଡ଼ ବର୍ଷା। ଉପୁଡ଼ି ପଡ଼ିଛି ଗଛ। ରାଜ୍ୟରେ କାଳବୈଶାଖୀ ପାଇଁ 25 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଗତକାଲି ସଂଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ପବନ ହୋଇଛି। ସର୍ବାଧିକ ଝଟକା ପବନ ଘଣ୍ଟା ପ୍ରତି ବେଗ 74 କିମି ରେକର୍ଡ କରାଯାଇଛି। ପବନର ବେଗ 40ରୁ 50 କିମି ମଧ୍ୟରେ ରହିଥିଲା। ସଂଧ୍ୟା 5ଟାରୁ 7ଟା ମଧ୍ୟରେ ନୂଆପଡ଼ାରେ ଘଣ୍ଟା ପ୍ରତି 48 କିମି ଓ ସମ୍ବଲପୁର ଜିଲ୍ଲାରେ 39 କିମି ବେଗରେ ପବନ ବୋହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖରା ଓ ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ରାଜ୍ୟରେ ଏତେ ମାତ୍ରାରେ ଖରା ଅନୁଭୂତ ହେଉଥିଲା ବର୍ତ୍ତମାନ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଗତକାଲି ରାତିର କାଳବୈଶାଖୀ ବର୍ଷା କାରଣରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରିଛି।

Sponsored
womans-life-taken-by-falling-tree-due-to-kalabaisakhi | Argus News