Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ଅଧରେ ମେଡିକାଲ୍‌ରୁ ୨ ପିଲାଙ୍କୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ମହିଳା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାତି ଅଧରେ ମେଡିକାଲ୍‌ରୁ ୨ ପିଲାଙ୍କୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ମହିଳା

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି ଅଭିଯୋଗ । ପିଲା ଚୋରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ବାରିପଦା ଟାଉନ ଥାନାରେ ଅଟକ ରଖିଛି ପୋଲିସ । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୁଟାପଡା ଗାଁର ସନ୍ଧ୍ୟାରାଣୀ ମହାନ୍ତ ।


ସୂଚନା ଅନୁସାରେ, ବାରିପଦା ୱାର୍ଡ ନମ୍ବର-୨୦ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ସ୍ତ୍ରୀ ତୃତୀୟ ସନ୍ତାନ ପ୍ରସବ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ୨ ଛୁଆଙ୍କୁ ଧରି ସ୍ଵାମୀ ସେଖ କମରୁଦ୍ଦିନ ମଧ୍ୟ ଡାକ୍ତରଖାନାର ବେଡ୍ ପାଖରେ ଜଗି ରହିଥିଲେ । ଶନିବାର ରାତି ୧୧ଟା ସମୟରେ ପରିସ୍ରା ଲାଗିବାରୁ କମରୁଦ୍ଦିନ ବାହାରକୁ ଯାଇ ଫେରିବା ବେଳକୁ ବେଡ୍ ପାଖରେ ଆଉ ୨ଛୁଆଙ୍କୁ ପାଇ ନଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ତୁରନ୍ତ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ସମସ୍ତେ ମିଶି ବହୁ ଖୋଜାଖୋଜି ପରେ ଡାକ୍ତରଖାନାର ୪ ମହଲାରେ ଜଣେ ଅପରିଚିତ ମହିଳା ପିଲାଙ୍କୁ ଧରି ନେଉଥିବା ଦେଖିବାକୁ ପାଇଥିଲେ । ସେଠାରୁ ପିଲାଙ୍କୁ ଉଦ୍ଧାର କରିବା ସହ ମହିଳାଙ୍କୁ ଡାକ୍ତରଖାନା ଫାଣ୍ଡିରେ ଜିମା ଦେଇଥିଲେ । ବାରିପଦା ଟାଉନ ଥାନା ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।


Sponsored
Women Captured During Taking Child In Baripada Medical | Argus News