Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

violance againest women / ରାଜ୍ୟରେ ୨୦୬୪ ମହିଳା ଅପରାଧିକ ମାମଲା,ମହିଳା ହିଂସାରେ ଭୁବନେଶ୍ୱର ସବୁଠୁ ଆଗରେ

Bikash Mohanty
Browse all articles by Bikash Mohanty
·5 months ago·2 min read
ରାଜ୍ୟରେ ୨୦୬୪ ମହିଳା ଅପରାଧିକ ମାମଲା,ମହିଳା ହିଂସାରେ ଭୁବନେଶ୍ୱର ସବୁଠୁ ଆଗରେ
domestic Violance

Key Points

ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ
୨୦୬୪ଟି  ମହିଳା ଅପରାଧିକ ମାମଲା ରୁଜୁ 
ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର
ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ। ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ମହିଳା କମିଶନ। ୨୦୨୪-୨୫ ଆର୍ଥିକ ବର୍ଷର ସଂଗଠିତ ମହିଳା ଅପରାଧ ନେଇ ରାଜ୍ୟବାସୀଙ୍କ ଆଗରେ ରଖିଲେ ତଥ୍ୟ । ୨୦୨୪-୨୫ଆର୍ଥିକ ବର୍ଷରେ ସମୁଦାୟ ୨୦୬୪ଟି  ମହିଳା ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୮୭୯ଟି ମାମଲା ସମାଧାନ କରିବାରେ ସଫଳ ହୋଇଛନ୍ତି ମହିଳା କମିଶନ । 

ମହିଳା ଅପରାଧର ସବୁଠାରୁ ଶୀର୍ଷରେ ରହିଛି ଘରୋଇ ହିଂସା । ୮୫୨ ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି ।  ଯୌତୁକ ଜନିତ ନିର୍ଯ୍ୟାତନା ଓ ପରିତ୍ୟାଗ ମାମଲା ୬୭୫ଟି ରୁଜୁ ହୋଇଥିବା ବେଳେ ସମାଧାନ ହୋଇ ପାରିଛି ୫୮୧ଟି । ରାଜ୍ୟରେ ସର୍ବମୋଟ ମହିଳା ଅଧିକାର ଉଲଂଘନ ହୋଇଛି ୧୮୨ଟି। ଅଶୋଭନୀୟ ଆଚରଣ ପ୍ରଦର୍ଶନ କ୍ଷେତ୍ରରେ ୧୩୭।

ଯୌତୁକ ଜନିତ ହତ୍ୟା ୧୨, ସନ୍ଧେହ ଜନକ ମୃତ୍ୟୁ ୧୪,ଦୁଷ୍କର୍ମ ୨୪, ମିଥ୍ୟା ପ୍ରତିଶୃତି ଦେଇ ବିବାହ ସହ ପ୍ରତାରଣା ୩୦, ଅପହରଣ ୨୮, ଜମି ବିବାଦରୁ ମହିଳା ହିଂସା ୪୮, କର୍ମ କ୍ଷେତ୍ରରେ ନିର୍ଯାତନା ୨୫, ମହିଳାଙ୍କୁ ଖରାପ ବ୍ୟବହାର ୫ ସହ ଅନ୍ୟାନ୍ୟ ମହିଳାଙ୍କ ଉପରେ ହୋଇଥିବା ହିଂସା ୩୩ଟି ମହିଳା କମିଶନଙ୍କ ପାଖରେ ରୁଜୁ ହୋଇଥିବା ବେଳେ ସାଇବର ଅପରାଧ କ୍ଷେତ୍ରରେ ଶୂନ୍ୟ ରହିଛି । ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର ରହିଛି ।

ବର୍ଷକ ମଧ୍ୟରେ ୨୯୮ଟି ମାମଲା ରୁଜୁ ହୋଇଛି। ତାପରକୁ କଟକ ୨୧୪, ଖୋର୍ଦ୍ଧା ୨୧୦, ପୁରୀ ୧୮୧, ଗଞ୍ଜାମ ୧୨୦, ଭଦ୍ରକ ୧୧୩ ସହ ଯାଜପୁରରେ ୧୦୩ଟି ମାମଲା ମହିଳା କମିଶନଙ୍କ ନିକଟରେ ପଞ୍ଜୀକୃତ ହୋଇଛି।        

ବିଜେଡି ସରକାର ସମୟରେ ଏନସିଆରବି ରିପୋର୍ଟରେ ଓଡିଶାର ଥିଲା ସାଙ୍ଘାତିକ ଚିତ୍ର । ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ଥିଲା ଓଡ଼ିଶା। ମହିଳା ବିରୋଧୀ ଅପରାଧରେ ରାଜ୍ୟର ସ୍ଥାନ ଦେଶରେ ସପ୍ତମ। ଦୁଷ୍କର୍ମ ସହ ହତ୍ୟାରେ ରାଜ୍ୟର ସ୍ଥାନ 4 ନମ୍ବରରେ।

ସେହିପରି ଅପରାଧିକ ମାମଲା ବି ବଢିଥିଲା। ୨୦୨୨- ୨୩ ହଜାର ୬୪୮ ଟି ମହିଳା ବିରୋଧୀ ମାମଲା । ୨୦୨୨ରେ ରାଜ୍ୟରେ ୧୪ଟି ବଳତ୍କାର ସହ ହତ୍ୟା ମାମଲା। ଯାହାକି ଦେଶରେ ଚତୁର୍ଥ ସର୍ବାଧିକ । ମହିଳାଙ୍କୁ ଅସଦାଚରଣ ମାମଲା - ଦେଶରେ ୪ ନମ୍ବର। ୭ ହଜାର ୩୨୭ଟି ମହିଳାଙ୍କୁ ଅସଦାଚରଣର ସଂଘାତିକ ଅଭିଯୋଗ ହୋଇଥିଲା।

ପଢ଼ନ୍ତୁ ଏହି ଖବର: ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା.୪୦ ହଜାର ଏକର ଜମି ଏବେ ‘ନିଖୋଜ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
violance againest women | Women Commission Annual Report 2024-25: 2064 Cases, 1879 Resolved | Domestic Violence Tops | Argus News