Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏମାନେ ଲୁଣା ଜଙ୍ଗଲ ସୃଷ୍ଟି କରୁଛନ୍ତି, ପରିବର୍ତ୍ତନର କୁପ୍ରଭାବକୁ ବେଶ ଭଲ ଭାବରେ ଆମଠୁ ଅଧିକ ବୁଝିଛନ୍ତି

Smruti Parija
Browse all articles by Smruti Parija
·1 year ago·3 min read
ଏମାନେ ଲୁଣା ଜଙ୍ଗଲ ସୃଷ୍ଟି କରୁଛନ୍ତି, ପରିବର୍ତ୍ତନର କୁପ୍ରଭାବକୁ ବେଶ ଭଲ ଭାବରେ ଆମଠୁ ଅଧିକ ବୁଝିଛନ୍ତି

ଅସ୍ତରଙ୍ଗ: ପଚ ପଚ କାଦୁଅ...ଉପରେ ଖୋଲା ଆକାଶ..ଆଉ ତଳେ ନୀଳ ପାଣି... କିଏ ମୁଣ୍ଡେ ପାଣି ଭିତରେ ବୁଡିଛି ତ ଆଉ କିଏ ଆଣ୍ଠୁଏ ପଙ୍କ ଭିତରେ ବୁଡିଛି । ଏ ସବୁ ଭିଡିଓ ଗୁଡିକୁ ଦେଖିଲା ପରେ ଆପଣ ମାନେ ବି ଭାବୁଥିବେ ଏ ମହିଳା ମାନେ ଏମିତି ନିର୍ଜନ ସ୍ଥାନରେ କ'ଣ କରୁଛନ୍ତି ? କାହିଁକି ହାତରେ ଗଛ ଟିଏ ଧରି ପାଣି ଭିତରେ ବୁଡିଛନ୍ତି ? ପ୍ରକୃତରେ ଏମାନଙ୍କ ଉଦ୍ଦେଶ୍ୟ କଣ ?

 

ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ ଲୁଣା ଜଙ୍ଗଲ ସୃଷ୍ଟି କରୁଛନ୍ତି । ହଁ ସବୁଜ ପିରବେଶ ତିଆରି କରିବାକୁ ଏମାନେ ଅଣ୍ଟା ଭିଡିଛନ୍ତି । ଏ ସବୁ ଗଛ ହେଉଛି ହେନ୍ତାଳ ଗଛ ବା ଲୁଣା ଜଙ୍ଗଲର ଗଛ । ହେନ୍ତାଳ ବଣର ଉପସ୍ଥିତି ଉପକୂଳ ଅଞ୍ଚଳର ସୁନାମି, ବାତ୍ୟାକୁ ପ୍ରତିରୋଧ କରିବା ସହ ଉପକୂଳ ଅଞ୍ଚଳକୁ ସୁରକ୍ଷା ଯୋଗାଇଦେବାରେ ସବୁଜ ବନ୍ଧ ଭାବେ ଠିଆ ହେବ । ଯେଉଁ ଉଦ୍ଦେଶ୍ୟ ଏ ସବୁ ଚେଷ୍ଟା ଚାଲିଛି ।  ୧୮୮୫, ୧୯୨୧, ୧୯୪୫, ୧୯୭୧, ୧୯୮୨, ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍‌ , ୨୦୧୪ ହୁଡ୍‌ ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନୀ ଭଳି ସାମୁଦ୍ରିକ ବାତ୍ୟା ଯୋଗୁ ଉପକୂଳ ଅଞ୍ଚଳରେ ନାହିଁ ନଥିବା କ୍ଷତି ସହିଛି ଓଡିଶା । ପ୍ରତିବର୍ଷ ମଧ୍ୟ ଓଡିଶାକୁ ବନ୍ୟା, ବାତ୍ୟାର ଭୟ ଘାରେ । ସରକାର ଏହାର ସଠିକ୍ ମୁକାବିଲା ମଧ୍ୟ କରୁଛନ୍ତି । କିନ୍ତୁ ଆଉ ଏହାର ପ୍ରକୃତ ମୁକାବିଲା କରିବାକୁ ହେନ୍ତାଳ ବଣ ହେଉଛି ସୁରକ୍ଷା କବଚ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ଚାରିପାଖେ ଭୂମି ଉପରେ ଦେଖାଯାଉଥିବା ଜଙ୍ଗଲ/ଗଛ ଠାରୁ ୫ ରୁ ୭ ଗୁଣ ଅମ୍ଳଜାନ ଯୋଗାଇଥାଏ ଏବଂ ସେହି ପରିମାଣରେ ଅଙ୍ଗାରକାମ୍ଳ ମଧ୍ୟ ଶୋଷଣ କରିଥାଏ । କୋରାଲ ପରିସଂସ୍ଥାନ, ହ୍ରଦ ପରିସଂସ୍ଥାନ, ମୁହାଣ ପରିସଂସ୍ଥାନ, ହେନ୍ତାଳ ବଣ ପରିସଂସ୍ଥାନ ଆଦି ପରିସଂସ୍ଥାନକୁ ନେଇ ଗଠିତ ସାମୁଦ୍ରିକ ପରିସଂସ୍ଥାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି Coral Reef ପରିସଂସ୍ଥାନ। ଏହାକୁ ସମୁଦ୍ରର ହୃତପିଣ୍ଡ ବୋଲି କୁହାଯାଏ । ତେବେ ଜୈବ ବିବିଧତା ଦୃଷ୍ଟି କୋଣରୁ ହେନ୍ତାଳ ଜଙ୍ଗଲ ସମୁଦ୍ରର ଦ୍ବିତୀୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ।

ପ୍ରତି ୧ ହେକ୍ଟର ହେନ୍ତାଳ ବଣର ଉପସ୍ଥିତି ୩ ରୁ ୪ ହେକ୍ଟର ନଦୀ/ସମୁଦ୍ର ପ୍ରଦୂଷଣକୁ ଅବଶୋଷଣ କରିବାରେ କ୍ଷମତା ରଖିଥାଏ । ଦିନେ ଏ ଜଙ୍ଗଲରୁ ଜୀବିକା ସନ୍ଧାନ କରିବାକୁ ଆସି ଏହି ଜଙ୍ଗଲର ନଷ୍ଟ କରି ଦେଉଥିଲେ ଏ ମହିଳା ମାନେ, କିନ୍ତୁ ପରେ ଏହାର ଆବଶ୍ୟକତା ବୁଝି ନୂଆ ହେନ୍ତାଳ ବଣ ସୃଷ୍ଟି କରିବା ସହ ହେନ୍ତାଳ ଜଙ୍ଗଲକୁ ଟାର୍ଜନ ଭଳି ଜଗୁଛନ୍ତି । ସମତଳ ଅଞ୍ଚଳରେ ସୃଷ୍ଟି ହେଉଥିବା ଜଙ୍ଗଲ ତୁଳନା ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା କଷ୍ଟକର । କିନ୍ତୁ ଏ କଷ୍ଟକର କାମକୁ ବେଶ ଦୃଢତାର ସହିତ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ଝାଡ଼ଲିଙ୍ଗ ଗାଁର ଏହି ମହିଳାମାନେ । 

ବର୍ତ୍ତମାନ ଏହି ମହିଳା ମାନେ 21 ହାଜର ରୁ ଉର୍ଦ୍ଧ୍ୱ ହେନ୍ତାଳ ବଣ ପାଇଁ ନୂଆ ଚାରା ଲଗାଇଛନ୍ତି । ପାଣି, କାଦୁଅ, ଖରା ତରାରେ ବୁଡି ଚାରା ରୋପଣ କରୁଛନ୍ତି । ଆଉ ଜଙ୍ଗଲକୁ ପାଳି କରି ଜଗୁଛନ୍ତି । ବୋଟ୍ ମାଧ୍ୟମରେ ଗଭୀର ଜଳ ଭିତରେ ପଇଁତରା ମାରି ଲୁଣା ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ଖାଲି ସେତିକି ନୁହେଁ ଗାଁ ଗାଁ ବୁଲି ଲୁଣା ଜଙ୍ଗଲର ଉପକାରିତା ବିଷୟରେ ପଥପ୍ରାନ୍ତ ନାଟକ ବି କରୁଛନ୍ତି । ନୂଆ ନୁଆ ଲୋକଙ୍କୁ ନିଜ ମହିଳା ଦଳରେ ସାମିଲ କରି ପରିବେଶ ବଞ୍ଚାଇବାର ଅଭିଯାନର ମଙ୍ଗ ଧରିଛନ୍ତି । 

ହୁଏତ ଏ ମହିଳା ମାନେ ପାଠ ପଢି ବଡ଼ ଚାକିରୀ କରି ନାହାନ୍ତି କିନ୍ତୁ  ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ବେଶ ଭଲ ଭାବରେ ଆମଠୁ ଅଧିକ ବୁଝିଛନ୍ତି । ସେଥିପାଇଁ ଯାହା କଷ୍ଟ ହେଲେବି ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ସେମାନେ ପ୍ରତିବଧ୍ୟତା ସହ ଆଗକୁ ବଢୁଛନ୍ତି । ଆଉ ଏହି ଭଳି ମହିଳାମାନେ ହିଁ ପ୍ରକୃତରେ ଜଙ୍ଗଲର ଟାର୍ଜନ....

 

Sponsored
women-creating-mangrove-forest-in-astaranga | Argus News