Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡି ନାରୀନେତ୍ରୀଙ୍କ ମୁହଁରେ ତୁଣ୍ଡି ! ସବୁ ଦେଖିବେ, କିଛି କହିବେନି

Odisha

ବିଜେଡି ନାରୀନେତ୍ରୀଙ୍କ ମୁହଁରେ ତୁଣ୍ଡି ! ସବୁ ଦେଖିବେ, କିଛି କହିବେନି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ନାରୀନେତ୍ରୀଙ୍କ ମୁହଁରେ ତୁଣ୍ଡି ! ସବୁ ଦେଖିବେ, କିଛି କହିବେନି

Key Points

  • ନାରୀ ସଶକ୍ତିକରଣ ନାରା ଦେଉଥିଲା
  • ଏବେ ଦଳୀୟ ନେତ୍ରୀଙ୍କ ମୁହଁରେ ତୁଣ୍ଡି ବାନ୍ଧିଲା
  • ଦଳରେ ପୋଜିସନ୍‌ ପାଇଁ ଚୁପ୍‌ କରିବାକୁ ପଡୁଛି ପାଟି
  • ଭାରତୀ ସିଂଙ୍କ ବେଳେ ବି ତୁଣ୍ଡି ମାରିଥିଲେ ବିଜେଡି ନେତ୍ରୀ

ଅର୍ଗସ ବ୍ୟୁରୋ: ନାରୀ ସଶକ୍ତିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବିଜେଡି କଥା ଗୋଟେ କାମ ଗୋଟେର ବିଶ୍ଵାସ କରୁଛି । ନହେଲେ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଥିବା ବେଳେ ଦଳର ଆଗଧାଡ଼ିର ନେତ୍ରୀ ଚୁପ୍‌ ରହିଲେ କାହିଁକି ? ମମିତା ମେହେର ମାମଲାରେ ରାଜ୍ୟରେ ଯେବେ ନିଆଁ ଜଳୁଥିଲା ସେମାନେ ତତ୍କାଳୀନ ସଚିବଙ୍କ କଥାରେ ବଠଉସ ହେଉଥିଲେ । ଆଉ ଏବେ ସହଜେ ସିଏ ଚେୟାରମ୍ୟାନ ହେଲେଣି । ଏବେ ମୁହଁ ଖୋଲିବେ ବା କେମିତି ? ଏମାନେ ଯଦି ନେତ୍ରୀ ତେବେ ପାଟି ଖୋଲୁନାହାନ୍ତି କାହିଁକି ? ରାଜ୍ୟରେ ଟିକିଏ କଣ ହେଲେ ଘନଘନ ପ୍ରେସମିଟ୍‌ ସହ କେନ୍ଦ୍ର ସରକାର ଉପରେ ମନଖୋଲା ବର୍ଷିବାରେ ବ୍ୟସ୍ତ ଥିଲେ । ହେଲେ ଏବେ ପ୍ରେସମିଟ୍‌ କରୁନାହାନ୍ତି କି କ୍ୟାମେରା ସାମ୍ନାକୁ ଆସିବାକୁ ସାହସ ବି ଜୁଟାଇ ପାରୁନାହାନ୍ତି । କାରଣ ପାଦେ ପାଦେରେ ପଦ ନେତା ଚାକିରି ଚାଲିଯିବାର ଭୟ ରହିଛି ।


କୁଆଡ଼େ ଗଲେ ଶ୍ରୀମୟୀ, ସୁଲତା, ସ୍ନେହାଙ୍ଗିନୀ, ସୁଲୋଚନା, ଟୁକୁନି ଓ ଇପ୍ସିତା ?

ରାଜ୍ୟରେ ଯଦି କିଛି ଇସ୍ୟୁ ହେଲା ସାଙ୍ଗେ ସାଙ୍ଗେ ଗଣମାଧ୍ୟମ ସାମ୍ନାରେ ଗଳା ଖୋଲି ଚିଲେଇବାରେ ବ୍ୟସ୍ତ ରୁହନ୍ତି ଏମାନେ । ହେଲେ ଯଦି ତର୍ଜମା କରିବେ ଆପଣ...ତେବେ ସ୍ପଷ୍ଟ ଜାଣିପାରିବେ କି ବର୍ଷବର୍ଷ ହେଲା ଶାସକ ଦଳ ନେତାଙ୍କ ବିରୋଧରେ ଆସିଥିବା ମାମଲାରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ଏମାନେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେମିତିକି ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ସହ  ମମିତା ମେହେର ହତ୍ୟା କାଣ୍ଡରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କରଙ୍କର ସଂପୃକ୍ତି ହେଉ । ଖାଲି ଏମାନେ ନୁହନ୍ତି ବରଂ ମହାଙ୍ଗା ଡବର ମର୍ଡର କେସ୍‌ରେ ପ୍ରତାପ ଜେନା, ସଂଜୁକ୍ତା ମହଲାଙ୍କ ମାମଲାରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସୋମାଲିକାଙ୍କ ସହ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର ଭିଡିଓ ଭାଇରାଲ ହେଉ । ଅଭିଯୋଗ ଏତିକିରେ ସରିନି ବରଂ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିଧାୟକ ସମୀର ଦାସଙ୍କ ସଂପୃକ୍ତି ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ହେଲେ ପୂରା ଘଟଣାର କ୍ସାଏମାକ୍ସ ଜଣାପଡିବା ପରେ ବି ଶଙ୍ଖ ଦଳର ନାରୀ ନେତ୍ରୀମାନେ ମୁହଁ ଖୋଲିବାକୁ ସାହସ କଲେନି ।


କୁହାଯାଉଛି, କି ଶଙ୍ଖ ଦଳର ନେତ୍ରୀମାନେ କାଳେ ଦଳୀୟ ନେତାଙ୍କ ବିରୋଧରେ କିଛି କହିବାକୁ ଅନୁମତି ନାହିଁ । ଏମିତିକି ଦଳୀୟ ପକ୍ଷରୁ କାଳେ ଅନଔପଚାରିକ ଭାବରେ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅଣଦେଖା କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେଣୁ ମୁହଁ ଫିଟାଉନାହାନ୍ତି ଏହି ନାରୀନେତ୍ରୀମାନେ । ହେଲେ କାହିଁକି ମୁହଁ ଖୋଲୁନାହାନ୍ତି ସେନେଇ ଦଳ ପକ୍ଷରୁ କୌଣସ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । 
 

Sponsored
Women Empowerment | Argus News