Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାତ୍ୟାରେ ସର୍ବାଧିକ ହଇରାଣ କିଏ ହେଉଛନ୍ତି ? ମହିଳା ନା ପୁରୁଷ ?

Odisha

ବାତ୍ୟାରେ ସର୍ବାଧିକ ହଇରାଣ କିଏ ହେଉଛନ୍ତି ? ମହିଳା ନା ପୁରୁଷ ?

Smruti Parija
Browse all articles by Smruti Parija
·1 year ago·2 min read
ବାତ୍ୟାରେ ସର୍ବାଧିକ ହଇରାଣ କିଏ ହେଉଛନ୍ତି ? ମହିଳା ନା ପୁରୁଷ ?

ରାଜନଗର:  ବାତ୍ୟାରେ ସର୍ବାଧିକ ହଇରାଣ କିଏ ହେଉଛନ୍ତି ? ମହିଳା ନା ପୁରୁଷ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥାଏ । ହେଲେ ଏମାନଙ୍କର ଅସୁବିଧା ଶୁଣିବା ପରେ ଆପଣ ବି କହିବେ ସତରେ ସର୍ବାଧିକ ଅସୁବିଧାର ସାମ୍ନା କରୁଛନ୍ତି ମହିଳା । 

ଇଏ ହେଉଛି ରାଜନଗରର କିଛି ବାତ୍ୟା ଆଶ୍ରୟସ୍ଥଳୀର ଦୃଶ୍ୟ । ବାତ୍ୟା ଆସିନି ତ ଦୁଃଖ ନେଇକି ଆସିଛି । ଥରେ ଚିନ୍ତା କରନ୍ତୁ ଝଡବର୍ଷାରେ ମହିଳାଟିଏ କି ଅସୁବିଧାର ସାମ୍ନା ନକରୁଥିବ । କିଏ ଅନ୍ତସୋତା ମହିଳା ତ ଆଉ କିଏ ରତୁସ୍ରାବରେ ସାମ୍ନା କରୁଛି । ପଚପଚ ପାଣି କାଦୁଅରେ ଘରେ ସେ କେମିତି ରହୁଥିବ ସ୍ପଷ୍ଟ ଅନୁମେୟ ।

ଏ ଦୃଶ୍ୟ ଦେଖିବା ପରେ ମହିଳାଙ୍କ ଅସୁବିଧା ଯେ କଣ ତାହା ଆଉ ବୁଝାଇବାର ଆବଶ୍ୟକତା ନାହିଁ । ବାତ୍ୟା ଆଶ୍ରୟସ୍ଥଳୀରେ ମହିଳାମାନେ କେମିତି ସମୟ କାଟୁଛନ୍ତି ତାହା ଉପରେ ବି ଟିକିଏ ନଜର ପକାନ୍ତୁ  । ଏଠି ସେଠି କୁନିକୁନି ପିଲାଙ୍କୁ ଧରି ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।  କିଏ ତଳେ ଶୋଇ କଅଁଳା ଛୁଆଟିକୁ କ୍ଷୀର ଦେଉଛି ତ କିଏ ନିଜେ କେମିତି ପୋଷାକ ବଦଳେଇବ, ଶୌଚାଳୟ ଯିବ ସେ କଥା ଭାବୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘର ଗୋଟିଏ, ହେଲେ ଏକାଠି 30 ରୁ 40 ଜଣ ମହିଳା ବସିଛନ୍ତି । ଶୌଚ ହେବା ପାଇଁ ନା ଅଛି ଶୌଚାଳୟ ନା ଲୁଗା ବଦଳାଇବା ପାଇଁ ଅଛି ଟିକେ ଜାଗା । ଆଉ ଯଦି କୌଣସି ମହିଳା ମାସିକ ଋତୁସ୍ରାବ ହୋଇଛି ତ କଥା ସରିଲା ।  ସମସ୍ତଙ୍କର ଗୋଟିଏ କଥା ଏହି ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ବନ୍ୟା ସମୟରେ ପୁରୁଷ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି..ଅଧିକ କଷ୍ଟ ପାଆନ୍ତି । 

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପୁରୁଷ ଓ ମହିଳା । ଆମେ ଜାଣିଛେ ଏକବିଂଶ ଶତାବ୍ଦୀରେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ମହିଳା ମାନେ ଆଗେଇ ଚାଲିଛନ୍ତି । ହେଲେ ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ବେଶୀ ପ୍ରଭାବିତ ହୁଅନ୍ତି ।

 

Sponsored
women-faces-more-problem-than-men-during-cyclone | Argus News