Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସଭାରେ ବସିଲେ, ନାଚ ଗୀତ ଦେଖିଲେ; ଭାଷଣ ବାଜି ପୂର୍ବରୁ ସଭା ସ୍ଥଳ ଛାଡିଲେ

Odisha

ସଭାରେ ବସିଲେ, ନାଚ ଗୀତ ଦେଖିଲେ; ଭାଷଣ ବାଜି ପୂର୍ବରୁ ସଭା ସ୍ଥଳ ଛାଡିଲେ

Smruti Parija
Browse all articles by Smruti Parija
·2 years ago·2 min read
ସଭାରେ ବସିଲେ, ନାଚ ଗୀତ ଦେଖିଲେ; ଭାଷଣ ବାଜି ପୂର୍ବରୁ ସଭା ସ୍ଥଳ ଛାଡିଲେ

Key Points

  • ଲଷ୍ମୀ ଯୋଜନାକୁ ଭଣ୍ଡୁର କଲେ କେନ୍ଦ୍ରାପଡା ଲଷ୍ମୀ ମହିଳା 
  • ଉଦଘାଟନ ପୂର୍ବରୁ ଯୋଜନା ଚିତପଟାଙ୍ଗ 
  • ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ନିର୍ବାଚନୀ ଥୋପ ଲଷ୍ମୀ ଯୋଜନା 

କେନ୍ଦ୍ରାପଡା:  ସଭାରେ ବସିଲେ, ନାଚ ଗୀତ ଦେଖିଲେ, ଭାଷଣ ବାଜି ପୂର୍ବରୁ ସଭା ସ୍ଥଳ ଛାଡିଲେ ସମସ୍ତ ମହିଳା । କେନ୍ଦ୍ରାପଡା ସଭାରେ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପର ଦୃଶ୍ୟ ଦେଖାଇ ବିକାଶର ବାଃ ବାଃ ନେଲେ । ଯେଉଁ ମହିଳାଙ୍କ ପାଇଁ ଯୋଜନା, ସେହି ମହିଳାମାନେ ଆଜି ଏହି ନିର୍ବାଚନୀ ଥୋପକୁ ଚେକ୍ ଦେଲେ । କିଏ କହିଲା ନବୀନ ସରପଞ୍ଚ...କିଏ କହିଲା ମିଟିଂ । 

ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଲଷ୍ମୀ ବସ ଯୋଜନା ଉଦଘାଟନର । ଯୋଜନାକୁ ସଫଳ କରିବାକୁ ଜି---ଜାନ ଲଗାଇଥିଲେ ବିଧାୟକ ଶଶିଭୂଷଣ ବେହେରା ଏବଂ ଜିଲ୍ଲା ପ୍ରଶାସନ । ସଭାରେ ମହିଳାଙ୍କୁ ଆଣି ଏକତ୍ରିତ କରିବାକୁ ସମସ୍ତ ପଞ୍ଚାୟତର ସରପଞ୍ଚ, ଏମବିକେ, ସିଆରପିଙ୍କୁ ତାଗିଦ କରାଯାଇଥିଲା । ଆଜି ସକାଳୁ ବସ ଯୋଗେ ଜିଲ୍ଲାର ସମସ୍ତ ବ୍ଲକରୁ ମହିଳାମାନଙ୍କୁ ବିଭିନ୍ନ ମିଥ୍ୟା କଥା କହି ଅଣାଯାଇଥିଲା ସଭା ସ୍ଥଳୀକୁ ।

କାହାକୁ କୁହାଯାଇଥିଲା ବିଜୁ ବାବୁଙ୍କ ପ୍ରୋଗ୍ରାମ ତ, ଆଉ କାହାକୁ କୁହାଯାଇଥିଲା ନବୀନ ପ୍ରୋଗ୍ରାମ । ଏପରିକି ଏହି ସଭାକୁ ମହାମହିମ ରାଜ୍ୟପାଳଙ୍କ ପ୍ରୋଗ୍ରାମ ଦର୍ଶାଇବାକୁ ବି ପଛାଇନଥିଲେ ସରକାରୀ ଅଧିକାରୀ । 4 ଟାରେ ହେବାକୁ ଥିବା ଏହି ସଭାରେ ମହିଳାମାନଙ୍କୁ ଏକତ୍ରିତ କରାଇ ଗୀତ ନାଚରେ ମସଗୁଲ କରାଯାଇଥିଲା । ମହିଳାମାନେ ବି ତାଳରେ ତାଳ ଦେଇ ନାଚିଲେ । 

ମଞ୍ଚରେ ଉପସ୍ଥିତି ହେଲେ ମୁଖ୍ୟ ଅତିଥି ତଥା କେନ୍ଦ୍ରାପଡାର ବିବାଦୀୟ ବିଧାୟକ ଶଶୀଭୂଷଣ ବେହେରାଙ୍କ ସହ ପାଟକୁରା ବିଧାୟିକାଙ୍କ "କା" ସଞ୍ଜୟ ଅଗ୍ରୱାଲ ଏବଂ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ସେଠି । ସରକାରୀ ପ୍ରୋଗ୍ରାମ ହୋଇଥିଲେ ମଧ୍ୟ ମଞ୍ଚରେ ସରକାରୀ ଅଧିକାରୀ ଭାବେ ବସିଥିଲେ କେବଳ ଜିଲ୍ଲାର ଉପଜିଲ୍ଲାପାଳ ଏବଂ ପି. ଡି । କିନ୍ତୁ ମଞ୍ଚ ତଳେ ବସିଥିଲେ ବ୍ଲକ ଉନ୍ନୟନ ଅଧିକାରିଣୀଙ୍କ ସମେତ  ଜିଲ୍ଲାର ଅନ୍ୟାନ୍ୟ ସରକାରୀ ଅଧିକାରୀ  । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଭାରେ ନାନା ଅବବ୍ୟସ୍ଥା ଦେଖାଯିବାରୁ ସଭାରୁ ସମସ୍ତ ମହିଳାମାନେ ସଭା ଛାଡି ଚାଲିଯିବା ସହ ହଟଗୋଳ କରିଥିଲେ । ସାମାନ୍ୟ ପାଣି, ଜଳଖିଆ ନମିଳିବାରୁ ସେମାନଙ୍କୁ ମିଛ କଥା କହି ଅଣାଯାଇଥିବାରୁ ମହିଳାମାନେ ଉଠି ଚାଲିଯାଇଥିଲେ । ଏପରିକି ବିଧାୟକ ଶଶିଭୂଷଣଙ୍କୁ କିଏ ଜିଲ୍ଲାପାଳ ତ, କିଏ ରାଜ୍ୟପାଳ ଦର୍ଶାଇ ଥିଲେ ।

କେନ୍ଦ୍ରାପଡା ଭଳି ଆଜି ପୁରୀ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଭଦ୍ରକ ଜିଲ୍ଲାରେ ଏହି ଯୋଜନା ଉଦଘାଟନ କରାଯାଉଥିବାରୁ ସଭାରେ ସଭାପତିତ୍ୱ କରିବାପାଇଁ ସେଠାକାର ନେତୃ ବୃନ୍ଦଙ୍କୁ ସୁଯୋଗ ଦିଆଯାଇଥିବା ସତ୍ୱେ, କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଥିଲା ଲଜ୍ଜାଜନକ ଦୃଶ୍ୟ । ସଭାରେ ଶଶିଭୂଷଣ ଥିବା ସତ୍ୱେ, କେନ୍ଦ୍ରାପଡା ଜିଲ୍ଲାରୁ ତାଙ୍କୁ ସଭାପତିତ୍ୱ ର ସୁଯୋଗ ନଦେଇ, ସେପଟେ ଥାର୍ଡ଼ ଫ୍ଲୋର ରେ ବସିଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସଭାପତିତ୍ୱର ସୁଯୋଗ ଦିଆଯାଇଥିଲା । ଏପରିକି ଶେଷରେ ମଞ୍ଚରେ ଅତିଥି, ଆଉ ମଞ୍ଚ ତଳେ ଗାଈ ଆଉ କୁକୁର ବୁଲିଥିଲେ । ଚେୟାର ଫାଙ୍କା ପଡିଲା । ଶେଷରେ ଦୂର ଦୁରାନ୍ତରୁ ଆଣିଥିବା ମହିଳାଙ୍କୁ ସେମାନଙ୍କ ଘରକୁ ନେଇ ଛାଡିବାର ବିଳମ୍ବ ହେବାରୁ ମହିଳା ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

 

Sponsored
women-faces-problem-in-kendrapada-laxmi-bus-inaguration-programme | Argus News