|
logo
Live

Argus News - ଇଏ କଣ ? ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ଭାଙ୍ଗିଦେଲେ

Odisha

ଇଏ କଣ ? ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ଭାଙ୍ଗିଦେଲେ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଇଏ କଣ ? ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ଭାଙ୍ଗିଦେଲେ

ଅର୍ଗସ ବ୍ୟୁରୋ: ହୋ ହଲ୍ଲା...ପାଟିତୁଣ୍ଡ...ଗୋବର ମାଡ଼ । ଯିଏ ଯାହା ପାଇଲା ସିଏ ସେଇଆ ଧରି ଏକା ହେଲେ ଗାଁର ସବୁ ମହିଳା । ଆଉ ଆରମ୍ଭ ହୋଇଗଲା ଫଳକ ଭଙ୍ଗା । ହେଲେ ଏମାନେ କିଏ ? କାହିଁକି ଏମିତି ଫଳକକୁ ଭାଙ୍ଗିମାଟିରେ ମିଶାଉଛନ୍ତି ? ଫଳକ ଯାଙ୍କର କି ଦୋଷ କଲା ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଥିବା ବେଳେ ପୂରା ଘଟଣା ଜାଣିଲେ ଆମ ଓଡ଼ିଶା ନବୀନ ଓଡ଼ିଶା କେମିତି ଚାଲୁଛି ତାହା ଜଳଜଳ ହୋଇ ଦିଶିବ ।

ମାଲକାନଗିରି ସିନ୍ଦ୍ରିମାଳ ଗ୍ରାମପଞ୍ଚାୟତର ଏମଭି ୧୧୧ ଗାଁରେ ଦୁଇଟି ୱାର୍ଡ ରହିଛି । ଉଭୟ ଗାଁରେ ମନ୍ଦିର ବି ଅଛି । ହେଲେ ୭ ନମ୍ବର ୱାର୍ଡରେ କମ୍ୟୁନିଟି ସେଣ୍ଟର ନଥିବା ବେଳେ ୯ ନମ୍ବର ୱାର୍ଡରେ ରହିଛି । ତେଣୁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୮ ନମ୍ବର ୱାର୍ଡରେ ଗାଁରେ ମାଇକ୍ରୋ ଆକ୍ଟିଭିଟି ଗୃହ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଆସିଥିବା ବେଳେ ଘର କେଉଁଠାରେ ତିଆରି ହେବ ସେନେଇ ଉଭୟ ୱାର୍ଡର ବାସିନ୍ଦା ବୈଠକ କରି ନିଷ୍ପତ୍ତି ନେଇଥିଲେ । ହେଲେ ଆଲୋଚନା ଗୋଟିଏ ଜାଗାରେ ହେଲା, କମ୍ୟୁନିଟି ସେଣ୍ଟର କିନ୍ତୁ ଆଉ ଗୋଟିଏ ଜାଗାରେ ହେଲା । ଯାହାକୁ ନେଇ ତାତିଲେ ଗାଁ ଲୋକେ ।

ପ୍ରଶ୍ନ ଉଠୁଛି, ଆଲୋଚନା ପରେ ଗୃହ ନିର୍ମାଣ ଲାଗି ଜାଗା ଚିହ୍ନଟ ହେଲା । କିନ୍ତୁ ଚିହ୍ନଟ ପରେ ନିଷ୍ପତ୍ତି କାହିଁକି ବଦଳିଲା ? ତାହାକୁ ନେଇ ଏବେ ଚର୍ଚ୍ଚା । ଆଉ ଏହାରି ଭିତରେ କମ୍ୟୁନିଟି ସେଣ୍ଟରକୁ ବିରୋଧ କରି ୮ନମ୍ବର ୱାର୍ଡର ୪୦ରୁ ଉର୍ଦ୍ଧ୍ବ ମହିଳା ଏକାଠି ହୋଇ ଘର ଭାଙ୍ଗିବା ସହ ନିଜ ଅସନ୍ତୋଷକୁ କିଛି ଏମିତି ଢଙ୍ଗରେ ଝାଡିଥିଲେ । ଆଉ ଅଭିଯୋଗ କରିଥିଲେ ଜେଇଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଲାଗି ଘର ଥିବା ଜାଗାରେ ପୁଣି ଥରେ ଘର ହେଉଛି । ତେଣୁ ଏଠାରେ ନୂଆ ଘର କରାଇ ଦେବୁନି ବୋଲି ଚେତାବନୀ ବି ଦେଇଥିଲେ । ସେପଟେ ପୂରା ଘଟଣାରେ ସରପଞ୍ଚ କହିଛନ୍ତି ବିଡିଓଙ୍କୁ ଜଣାଇବୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ହେବା ଦିନଠାରୁ କେଁ ଦେଖାଯାଉଛି । କେବଳ ମାଲକାନଗିରି ନୁହେଁ ବରଂ ଅନେକ ଜିଲ୍ଲାରେ ଯୋଜନାକୁ ନେଇ ଅସନ୍ତୋଷ ଦେଖାଯାଉଛି । ହେଲେ ମାଲକାନଗିରି ଜିଲ୍ଲାରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ବଢିଛି ।

(ମାଲକାନଗିରିରୁ ବିକ୍ରମ ସ୍ଵାଇଁଙ୍କ ରିପୋର୍ଟ)


 

Sponsored
ଇଏ କଣ ? ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ଭାଙ୍ଗିଦେଲେ | Argus News