Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲରେ ମହିଳାଙ୍କୁ ଦଳିଦେଲା ହାତୀ

Smruti Parija
Browse all articles by Smruti Parija
·1 year ago
ଜଙ୍ଗଲରେ ମହିଳାଙ୍କୁ ଦଳିଦେଲା ହାତୀ

Key Points

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ । ଅଳ୍ପକେ ବର୍ତ୍ତିଗଲେ ଏକ ବର୍ଷର ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଗାରଗାଡ଼ିଆ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଲୁହାକାନି ଗ୍ରାମପଞ୍ଚାୟତର କାଶୀପେଣ୍ଟ ଗ୍ରାମର କୁଣ୍ଡିଆ ନାଏକଙ୍କ ସ୍ତ୍ରୀ ଟିକିଳି ନାଏକ । ଯାହାଙ୍କ ବୟସ 27 ବର୍ଷ ।


ସେ ଜଙ୍ଗଲକୁ ନିଜ ପୁଅକୁ ନେଇ ପତ୍ର ତୋଳିବାକୁ ଯାଇଥିଲେ । ଜଙ୍ଗଲିଆ ରାସ୍ତା ପଡିବା ପରେ ପୁଅକୁ ବାପ ଘରେ ଛାଡି ଦେଇ ପତ୍ର ତୋଳିବାକୁ ଯାଇଥିଲେ । ହେଲେ ପତ୍ର ତୋଳୁ ତୋଳୁ ତାଙ୍କୁ ହାତୀଟି ଦଳିଦେଇଥିବା ଜଣାପଡିଥିଲା । ଖବର ପାଇ ବିଶୋଇ ବନଖଣ୍ଡର ଗାରଗାଡ଼ିଆ ବିଟର ରେଞ୍ଜର ଘଟଣାସ୍ଥଣରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
women-killed-in-elephant-attack-at-mayurbhanj-rairangpur | Argus News