Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଲକୁ ଛେଳି ଚରେଇବାକୁ ଯାଇଥିଲେ, ଟଳିପଡିଲେ

Smruti Parija
Browse all articles by Smruti Parija
·1 year ago·1 min read
ବିଲକୁ ଛେଳି ଚରେଇବାକୁ ଯାଇଥିଲେ, ଟଳିପଡିଲେ

ବିଲକୁ ଛେଳି ଚରେଇବା ହେଲା କାଳ । ବଜ୍ରପାତରେ ଜଣେ ମୃତ । ପ୍ରବଳ ବର୍ଷା ସହ ଘଡଘଡି ହେବାବେଳେ ବ୍ରଜପାତରେ ମହିଳାଙ୍କ ମୃତ୍ୟୁ ହୋଇ ଥିବାବେଳେ ଅନ୍ୟଜଣ ଗୁରୁତର ହୋଇଛନ୍ତି । ସଇଁତଳା ଥାନା କରମତଲା ପଂଚାୟତ ତୁଷ୍ଟାପାଳି ଗାଁର ସେହ୍ନଲତା ବୁଡେକଙ୍କ ମୃତ୍ୟୁ ଘଟି ଥିବାବେଳେ ଗୌରାଙ୍ଗ ଦଳପତିଙ୍କୁ ଗୁରୁତର ଅବସ୍ଥାରେ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।


ସେପଟେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । କୁଆପଥର ମାଡ଼ରେ ପନିପରିବା ଚାଷ ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଚାଷୀମାନେ ଧାର କରଜ କରି ଚାଷ କରିଥିବାବେଳେ ଅଦିନିଆ ବର୍ଷା ସହ କୁଆ ପଥର ମାଡ଼ ହେବା ଯୋଗୁଁ ପନିପରିବା ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବା ପାଇଁ ସାଧାରଣରେ ଦାବି ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
women-killed-in-lightening-at-balangir | Argus News