Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଣ୍ଡରେ ହେଲମେଟ୍, ହାତରେ ଝିଅର ସ୍କୁଲ୍ ବ୍ୟାଗ୍...ସବୁଦିନ ପାଇଁ ଛାଡି ଚାଲିଗଲା ମାଆ

Smruti Parija
Browse all articles by Smruti Parija
·1 year ago·2 min read
ମୁଣ୍ଡରେ ହେଲମେଟ୍, ହାତରେ ଝିଅର ସ୍କୁଲ୍ ବ୍ୟାଗ୍...ସବୁଦିନ ପାଇଁ ଛାଡି ଚାଲିଗଲା ମାଆ

Key Points

ଦଇବ ବୋଧେ ଏ ହସଖୁସି ସହି ପାରିଲାନି

ଝିଅକୁ ସ୍କୁଲ ଛାଡିବାକୁ ଯାଇ ଦୁର୍ଘଟଣାରେ ଜୀବନ ହାରିଲା ମାଆ

ପୁରା ଅଞ୍ଚଳରେ ଶୋକର ଛାୟା

ଘର କାମ ସାରି ସାନ ଝିଅକୁ ଶୁଆଇ ଦେଇ ବଡ ଝିଅକୁ ଧରି ସ୍କୁଲ ଛାଡିବାକୁ ବାହାରି ପଡିଲେ ପ୍ରବିଣା । ସ୍ଵାମୀ ଯେହେତୁ ସଅଳ ଡିଉଟି ଚାଲିଯାଆନ୍ତି, ସେଥିପାଇଁ ଏଇଟା ତାଙ୍କର ନିତିଦିନିଆ କାମ । ୪ ପ୍ରାଣୀଙ୍କୁ ନେଇ ସଂସାରଟି ଖୁବ ଖୁସିରେ ଚାଲିଯାଏ । ଝିଅର ସ୍କୁଲ କାଳେ ଲେଟ ନହୋଇଯିବ ବୋଲି ତର ତର ହୋଇ କାମ ସାରି ଝିଅକୁ ଧରି ବାହାରି ପଡିଲେ ସ୍କୁଟିରେ।



ହେଲେ ସବୁ ଦିନ ସମାନ ନଥାଏ । କି ସବୁ ସମୟ ବି ସମାନ ନଥାଏ । ମୁଣ୍ଡରେ ହେଲମେଟ୍ ଆଉ ହାତରେ ଝିଅର ସ୍କୁଲ୍ ବ୍ୟାଗ୍।


ହେଲେ ଦଇବ ବୋଧେ ଏ ହସଖୁସି ସହି ପାରିଲାନି...ସେଥିପାଇଁ ଦେଖୁ ନାହାନ୍ତି...ଏଇ କିଛି ସମୟ ପୂର୍ବରୁ ଝିଅକୁ ସ୍କୁଲ ଛାଡିବାକୁ ଯାଉଥିବା ମା ଟା କେମିତି ମୁହଁ ମାଡି ଏହି ଟ୍ରକ ଚକା ତଳେ ଚାପି ହୋଇଯାଇଛି । ହେଲମେଟ୍ ମୁଣ୍ଡରେ ଅଛି । ଆଗରେ ଝିଅର ସ୍କୁଲ ବ୍ୟାଗ୍ । ହେଲେ ସେ ସବୁଦିନ ପାଇଁ ଶୋଇଯାଇଛନ୍ତି । ଏମିତି ଜାଗାକୁ ଚାଲି ଯାଇଛନ୍ତି ଯେ ଆଉ କେବେ ବି ଆସିବେନି । ଝିଅ ମା' ମା' ଚିତ୍କାର କଲା ବେଳକୁ ମା' ବା ଶୁଣିବ କେମିତି । ଗୋଡରୁ ଅଣ୍ଟା ପର୍ଯ୍ୟନ୍ତ ଟ୍ରକ୍ ତାଙ୍କୁ ଏମିତି ଚାପି ଦେଇଛି ଯେ, ସେଇଠି ହିଁ ତାଙ୍କ ଜୀବନ ଚାଲିଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ହୃଦୟ ବିଦାରକ ଦୃଶ୍ୟ ଆଜି ସକାଳୁ ପୁରା ତାଳଚେର ବାସିନ୍ଦାଙ୍କୁ ଦୋହଲାଇ ଦେଇଛନ୍ତି । ଯିଏ ଦେଖୁଛି ତା ଆଖିରୁ ଲୁହ ରହୁନି । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ହେ ଭଗବାନ ଏମିତି ମୃତ୍ୟୁ କାହିଁକି । କଣ ତାଙ୍କର ଭୂଲ୍ ଥିଲା ଯେ, ଛୋଟ ଛୋଟ ଛୁଆ ଗୁଡାଙ୍କୁ ମା ଛେଉଣ୍ଡ କରିଦେଲୁ ।


ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନୀ ରାସ୍ତାରେ 42 ବର୍ଷୀୟ ପ୍ରବୀଣା ସାହୁ ଝିଅକୁ ସ୍କୁଲରେ ଛାଡିବାକୁ ଗଲାବେଳେ ହଠାତ୍ ଟ୍ରକ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ଆଉ 10 ବର୍ଷୀୟ ଏହି କୁନି ଝିଅର ଗୋଡ ଟ୍ରେକ ତଳେ ଚାପି ହୋଇ ଗୋଟେ ଗୋଡ ନଷ୍ଟ ହୋଇଯାଇଛି । ଝିଅଟି ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ମା ମା କାନ୍ଦରେ ଫାଟି ପଡୁଛି ପୁରା ଅଞ୍ଚଳ ।


ଆଉ ସବୁଠୁ ବଡ କଥା ସ୍ୱାମୀ ଘରେ ମା ଛୁଆକୁ ଛାଡି ଡ୍ୟୁଟି ଯାଇଥିବାବେଳେ ଏତେ ବଡ ଅଘଟଣ ଘଟିଯାଇଥିଲା । ତାଙ୍କୁ ଖବର ଦିଆଯିବା ପରେ ସେ ବି ଏହି ଖବର ପାଇ ପୁରା ହତବାକ୍ । ନା ତାଙ୍କ ପାଟିରୁ ଶବ୍ଦ ବାହାରୁଛି..ନା ସେ କିଛି ବୁଝିପାରୁଛନ୍ତି । କେଇଟା ମୁହୂର୍ତ୍ତରେ ତାଙ୍କର ପୁରା ସଂସାର ଉଜୁଡି ଯାଇଛି ।


ସେପଟେ ଏହି ଘଟଣାକୁ ନେଇ ଆନ୍ଦୋଳନରେ ବସିଛନ୍ତି ସ୍ଥାନୀୟ ଲୋକେ । ଏହି ଅଞ୍ଚଳରେ ଟ୍ରକ୍ ଯିବାକୁ ଅନୁମତି ନଥିବାବେଳେ କେମିତି ଅଚନକ ଟ୍ରକ୍ ଆସିଲା । ଏହାକୁ କିଏ ଚଲାଉଥିଲା । ଏହାର ତଦନ୍ତ କରାଯାଉ । ତା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ତଦନ୍ତ ଜାରିରଖିଛି।



Sponsored
women-killed-in-road-accident-at-talcher-deulabadia-chowk | Argus News