Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୋରା ମଦ ବିକ୍ରିକୁ ବିରୋଧ

Smruti Parija
Browse all articles by Smruti Parija
·1 year ago·1 min read
ଚୋରା ମଦ ବିକ୍ରିକୁ ବିରୋଧ

କେନ୍ଦୁଝର: ମଦ ବନ୍ଦ ପାଇଁ ଗାଁରେ ଭାଗବତ ପୂଜା । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପଡାଙ୍ଗ ଗାଁରେ ଦେଖିବାକୁ ମିଳିଛି ଏ ଘଟଣା । ଗାଁରେ ବେଆଇନ ମଦ କାରବାର ବିରୋଧରେ ମହିଳାମାନେ ମାସେ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଚୋରା ମଦ ବିକ୍ରିକୁ ବିରୋଧ କରିଛନ୍ତି ମହିଳାମାନେ । 


ଚୋରା ମଦ କାରବାରକୁ ମହିଳାଙ୍କ ବିରୋଧ । ଘରୁ ବାହାର କରି ରାସ୍ତାରେ ଭାଙ୍ଗିଲେ ଦେଶୀ, ବିଦେଶୀ ମଦ ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ପାଟୁଳି ବଜାରରେ ଦୀର୍ଘଦିନ ହେବ ବେଆଇନ ଭାବେ ଚୋରା ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଆସୁଛି ।  ଏହାକୁ ବିରୋଧ କରି ଗାଁର ଶହ ଶହ ମହିଳା ଏକଜୋଟ ହୋଇ ମଦ ବିକୁଥିବା ହୃଦାନନ୍ଦ ତ୍ରିପାଠୀ ଓ ରାଧାଶ୍ୟାମ ତ୍ରିପାଠୀଙ୍କ ଘରୁ ମଦ ବାହାର କରି ରାସ୍ତା ଉପରେ ଭାଙ୍ଗି ବିରୋଧ କରିଥିଲେ ।


ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣରେ ବିଦେଶୀ ମଦ ଜବତ ସହ ବାର୍‌କୁ ସିଲ୍‌ କରିଛି ଅବକାରୀ ଟିମ । କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାଡର 15 ଜଣିଆ ଟିମ ନୟାଗଡ଼ ଜିଲ୍ଲାର ଚାନ୍ଦପୁରରେ ଥିବା ପଟନାୟକ ବାର ଆଣ୍ଡ ରେସ୍ତୋରାଁ ଓ ଅନ୍ୟ ମଦ ଦୋକାନରେ ଚଢ଼ାଉ କରିଥିଲେ । ଅବକାରୀ ଟିମ ଦୀର୍ଘ 3 ଘଣ୍ଟା ରହି ସବୁ କାଗଜ ପତ୍ର ଯାଞ୍ଚ କରିବା ସହିତ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି । ପଟ୍ଟନାୟକ ବାର୍‌ ଆଣ୍ଡ ରେସ୍ତୋରାଁକୁ ସିଲ କରାଯାଇଛି । ସାରା ରାଜ୍ୟରେ ଦେଶୀ ମଦ ବିକ୍ରି ଏବଂ ପ୍ରସ୍ତୁତି ଉପରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ମଦ ମାଫିଆଙ୍କୁ ଗିରଫ କରିବା ସହ ମଦ ତିଆରି ସାମଗ୍ରୀ ଜବତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
women-protest-over-liquor-ban-in-keonjhar-telkoi | Argus News