Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାନ ରୁଆ ସାଙ୍ଗକୁ ମହିଳାଙ୍କ ଗୀତ ମନ କିଣୁଛି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଧାନ ରୁଆ ସାଙ୍ଗକୁ ମହିଳାଙ୍କ ଗୀତ ମନ କିଣୁଛି

Key Points

ଧାନ ରୁଆ ଚାଲିଛି। ତା ସାଙ୍ଗକୁ ଦୁଲୁକୁଛି ପବନରେ ଭାସି ଆସୁଛିଥିବା ସୁମଧୁର ଗୀତ। ନା ଏଥିରେ ବାଦ୍ୟ ଅଛି ନା ଅଛି ଆଧୁନିକତାର ଛୁଙ୍କ।

ଧାନ ରୁଆ ଚାଲିଛି। ତା ସାଙ୍ଗକୁ ଦୁଲୁକାଏ ପବନରେ ଭାସି ଆସୁଛି ସୁମଧୁର ଗୀତ। ନା ଏଥିରେ ବାଦ୍ୟ ଅଛି ନା ଆଛି ଆଧୁନିକତାର ଛୁଙ୍କ। ତଥାପି କାନରେ ପଡ଼ିଲେ ବାଟରେ ଯାଉଥିବା ବାଟୋଇ ବି ଥୋଡ଼ିଏ ଅଟକି ଯାଉଛି। ଆଉ ମନଦେଇ ଉପଭୋଗ କରୁଛି ଏହି ସଂଗୀତ। ଟାଇ ଟାଇଁ ଖରାରେ କ୍ଷେତରେ ଚାଷୀ ହାଡ଼ ଭଙ୍ଗା ପରିଶ୍ରମରୁ ଟିକିଏ ଆଶ୍ବସ୍ତି ପାଇବାକୁ ଗୁଣୁଗୁଣାଉଥିବା ଅନ୍ତରଆଳାପ ଇଏ। ଯାହା ଅନ୍ତରରୁ ବାହାରେ ଏକ ସୁନ୍ଦର ଅନୁଭୂତି ନେଇ।


ଆଜିର ଆଧୁନିକ ଯୁଗରେ ଚାଷ ପାଇଁ ବିଭିନ୍ନ ଉନ୍ନତମାନର କୃଷି ଯନ୍ତ୍ରପାତି ବ୍ୟବହାର ହେଉଛି। ଟ୍ରାକ୍ଟର, ପାଓ୍ବାରଟିଲର୍ ଭଳି ଅନେକ ଯନ୍ତ୍ରପାତି ମଣିଷର ଶ୍ରମ ଲାଘବ କରିଛି। ଆଧୁନିକତାରେ ମସଗୁଲ ଦୁନିଆରେ ଆଜିବି ପାରମ୍ପରିକ ପଦ୍ଧତିରେ ହେଉଛି କୃଷିକାର୍ଯ୍ୟ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅଧିନରେ ଥିବା ଯଦୁନାଥପୁର ପଞ୍ଚାୟତ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଲଧାସାହି, ବନ୍ଧସାହି, ହାତୀକୋଟ୍ ଏବଂ ବେଲଡୁଙ୍ଗୁରି ଗ୍ରାମରେ ଏଭଳି ପଦ୍ଧତିରେ ଚାଷ କରୁଛନ୍ତି ଅନେକ ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଧୁନିକତାର ଅରଣ୍ୟରେ ଅରଣା ମଇଁଷି ପ୍ରାୟ ମଣିଷର ସ୍ଥିତି। ଏଠି ସମୟର ରେସ୍ ଲାଗିଛି। ହେଲେ ରାଜ୍ୟର ଦୁର୍ଗମ ଅଞ୍ଚଳରୁ ସାମ୍ନାକୁ ଭାସି ଆସୁଥିବା ଏମିତି କିଛି ଦୃଶ୍ୟ ମନରେ ପୁରୁଣା ସ୍ମୃତିକୁ ଉଜାଗର କରିଦେଉଛି।

Sponsored
women sing song and work in paddy field-Argus News | Argus News