Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଦ ପାଇଁ ଗୋଟିଏ ପରିବାର ଛାରଖାର

Smruti Parija
Browse all articles by Smruti Parija
·1 year ago·1 min read
ମଦ ପାଇଁ ଗୋଟିଏ ପରିବାର ଛାରଖାର

ମଦ ପାଇଁ ଗୋଟିଏ ପରିବାର ଛାରଖାର ହୋଇଗଲା । ନିଜ ଘର ଦ୍ୱାର..ବାପା ମା ସାଙ୍ଗ ସାଥୀଙ୍କୁ ଛାଡି ସ୍ୱାମୀଙ୍କୁ ନିଜର ସବୁକିଛି ଭାବି ହାତଧରିଥିଲେ । ସାତ ଜନ୍ମର ସାଥୀ ହୋଇଥିଲେ । ଭାବିଥିଲେ ବୈବାହିକ ଜୀବନ ଖୁସିରେ କଟିବ । ସବୁ ଝିଅ ଭଳି ସେ ବି ସୁନ୍ଦର ସଂସାର ଗଢିବା ନେଇ ସ୍ୱପ୍ନ ଦେଖିଥିଲେ । ହେଲେ ସବୁ ସରିଗଲା । ସ୍ୱାମୀଙ୍କ ନିଶା ଛଡାଉ ଛଡାଉ ସ୍ୱାମୀ ତ ସୁଧୁରିଲେନି ବରଂ ହେଲେ ସେ ଏ ସଂସାର ଛାଡି ଚାଲିଗଲେ ।


ବାଲେଶ୍ୱର ସୋର କପ୍ତିପଦା ଥାନା ଅଞ୍ଚଳର ସଞ୍ଜୁଲତା ନାୟକ ଓ ତାଙ୍କ ସ୍ୱାମୀ ଅନାଦି ନାୟକ । ଦୀର୍ଘ ଦିନ ଧରି ସୋର ଉତ୍ତରେଶ୍ୱରରେ ରହୁଥିଲେ । ତାଙ୍କ ସ୍ୱାମୀ ମଦ୍ୟପାନ କରି ଅନକେ ସମୟରେ ତାଙ୍କୁ ନିର୍ଯାତନା ଦେଉଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ଅନାଦି ମଦ୍ୟପାନ କରି ଆସିବା ପରେ ସଂଜୁଲତା ତାଙ୍କୁ ବାରଣ କରିବା ସହିତ ଆଉ କେବେ ମଦ ପିଇଲେ ଜୀବନ ହାରିଦେବି ବୋଲି କହିଥିଲେ । ଆଜି ସକାଳେ ଅନାଦି ମଦ ପିଇବାକୁ ବାହାରିଯାଇଥିଲେ । ଆଉ ସଂଜୁଲତା ଡେରି ନକରି ପ୍ରଥମେ ବିଷ ପିଇଦେଇଥିଲେ । ପରେ ଘରେ ବେକରେ ରଶି ଦେଇ ଝୁଲିପଡିଥିଲେ ।


ଅନାଦି ଫେରିବା ପରେ ସଂଜୁଲତା କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ପସିଥିଲେ । ସଂଜୁଲତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Sponsored
women-suicide-for-drunked-hausband-in-baleswar | Argus News