|
logo
Live

Argus News - ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେନି ବବି ?

Odisha

ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେନି ବବି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେନି ବବି ?

Key Points

  • ବବିଙ୍କୁ ଘେରିଗଲେ ମାଆ-ଭଉଣୀ
  • ଗୁଡେଇ ତୁଡେଇ କଲେ ପ୍ରଶ୍ନ
  • ଲୋକଙ୍କ କଥା ଶୁଣି ଥଥ...ମମ ହେଲେ ବବି

ଭୋଟ ମାଗିବାକୁ ଯାଇଥିବା ବେଳେ କେମିତି ବବିଙ୍କୁ ଘେରିଗଲେ ସ୍ଥାନୀୟ ଭୋଟର । ଖାଲି ଘେରିଲେ ତାହା ନୁହେଁ ବରଂ ପ୍ରଶ୍ନବାଣରେ କଲେ ଘାଇଲା । କିଏ ଘର କଥା କହିଲା ତ ଆଉ କିଏ ପଟ୍ଟା ମାଗିଲା । ୨୫ ବର୍ଷର ସ୍ଥିର ସରାକାର ଲୋକଙ୍କ ଲାଗି ସେମିତି କିଛି ଆଖିଦୃଶିଆ କାମ କରିନଥିବାରୁ ଲୋକଙ୍କ କଥାର ଉତ୍ତର ଦେଇପାରିଲେନି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସେଇଥି ଲାଗି ତ ଜାଗା ଛାଡି ଏମିତି ଧାଇଁଲେ ବବି ବାବୁ । ଏ ଦୃଶ୍ୟ ଦେଖିବା ପରେ ବୁଝିପାରିବେ ସ୍ଥିତି କେମିତି ବିଗିଡିଥିଲା ବବି ବାବୁଙ୍କର ।

ନିଜ ନିର୍ବାଚନମଣ୍ଡଳୀରେ ହିଁ ବବିଙ୍କୁ ଜୋରଦାର ବିରୋଧ କରାଯାଉଛି । ପ୍ରଚାର ପାଇଁ ଯାଇଥିବା ବେଳେ ଦେବଗଡ ଅଞ୍ଚଳର ମା' ଭଉଣୀ ହିସାବ ମାଗିଛନ୍ତି । ଆଉ ୨୫ବର୍ଷ ସରକାରରେ ରହିବା ପରେ ଆମକୁ କାହିଁକି ଘର, ପାଣି, ପଟ୍ଟା ମିଳିଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଘଟଣା ହେଉଛି ଦେବଗଡ଼ ରିଆମାଳ ବ୍ଲକ ପଳସମା ଅଞ୍ଚଳର । ସଭାରେ ଯୋଗଦେଇଥିଲେ ବବି ଦାସ । ହେଲେ ବବିଙ୍କ ସଭାକୁ ଲୋକ ଆସିଲେନି । ଆଉ ଯେଉଁମାନେ ଆସିଥିଲେ ଦେଖନ୍ତୁ ସେମାନେ କେମିତି ସଭାସ୍ଥଳରେ ପ୍ରଶ୍ନ କରିଥିଲେ ବବି ବାବୁଙ୍କୁ । ଖାଲି ଏତିକି ନୁହେଁ ବରଂ ବବିଙ୍କ ସଭାରେ ଅଧିକାଂଶ ଚେୟାର ବି ଖାଲି ପଡଥିଲା ।


ଛେଣ୍ଡିପଦାରେ ବି ବବିଙ୍କ ସଭାରେ ଯୋଗଦେବାପାଇଁ କେମିତି ଲୋକଙ୍କୁ ବିପଦଜନକ ଭାବରେ ଟ୍ରକ୍‌ ଓ ଅଟୋରେ ବୁହାଯାଉଛି । କେବଳ ଲୋକ ବୁହାଯାଇନି ବରଂ ସଭାକୁ ଆସୁଥିବା ଲୋକଙ୍କୁ ଖୁଲମଖୁଲା ଟଙ୍କା ବଣ୍ଟାଯାଉଛି । ବିଜେଡି ପକ୍ଷରୁ ଚାଲିଥିବା ଏପରି ଖୁଲମଖୁଲା କାର୍ଯ୍ୟ ଉପରେ ଆକ୍ସନ ନେବେ ତ ନିର୍ବାଚନ କମିଶନ ଏହାକୁ ନେଇ ଉଠିଛି ପ୍ରଶ୍ନ । କେବଳ ଦେବଗଡ , ଛେଣ୍ଡିପଦା ନୁହେଁ  କୁଚିଣ୍ଡାରେ ମଧ୍ୟ ସମାନ ସ୍ଥିତି । କୁଚିଣ୍ଡା ବାମରାରେ ବବିଙ୍କ ସଭାକୁ ଆସିଲେନି ଲୋକେ । ଆଉ ଏଠି ବି ଚେୟାର ଖାଲି । ସେପଟେ ବବି ଓ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ 17 ପଞ୍ଚାୟତ ବାସୀଙ୍କ ଜୋରଦାର ବିରୋଧ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଜୋର ଧରିଲା ଦାବି । ବିକାଶ ଓ ରୂପାନ୍ତରଣର ବାହାସ୍ପୋଟ ମାରୁଥିବା ବିଜେଡିକୁ ଓ ବିଜେଡି ପ୍ରାର୍ଥୀଙ୍କୁ ସବୁଆଡେ ବିରୋଧ । ଆଉ ଲୋକଙ୍କ ପ୍ରଶ୍ନ 24 ବର୍ଷରେ କରିଛ କଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବବିଙ୍କ ସଭାରେ ଲୋକ ହେଉନାହାନ୍ତି କି ତାଙ୍କ କଥା ଭୋଟର ଶୁଣୁନାହାନ୍ତି । ଯେଉଁମାନେ ଯାଉଛନ୍ତି ସେମାନେ ଏମିତି ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି । ଯାହାକୁ ନେଇ ଖୋଦ୍‌ ଚିନ୍ତାରେ ବବି ବାବୁ । ଏ ସବୁ ଦୃଶ୍ୟ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି କି ବବି ବାବୁଙ୍କୁ ଗ୍ରହଣ କରୁନାହାନ୍ତି ଲୋକେ । ତେଣୁ ଆଗାମୀ ଦିନରେ ବବିଙ୍କ ଲାଗି ଅଡୁଆରେ ପଡିପାରେ ବିଜେଡି ।
 

Sponsored
ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେନି ବବି ? | Argus News