ବବିଙ୍କ ଉପରେ ରାଗି ଖପ୍ପା ହେଲେ ମହିଳା ଭୋଟର

Key Points
- ବବିଙ୍କ ଉପରେ ରାଗି ଖପ୍ପା ହେଲେ ମହିଳା ଭୋଟ
- କହିଲେ ଆସିଲେ, ବାଜିକି ପଳାଇଲେ
- ଆମେ ଗରମରେ ବସିଛୁ...ସେ ପଳାଇଲେ
ଅର୍ଗସ ବ୍ୟୁରୋ : ବବିଙ୍କ ଉପରେ ରାଗି ଗରଗର ହେଲେଣି ସମ୍ବଲପୁର ସଂସଦୀୟ କ୍ଷେତ୍ରର ମହିଳା ଭୋଟର । କାରଣ ବିଜେଡି ତାଙ୍କୁ ଲୋକସଭା ପ୍ରାର୍ଥୀ କରିବା ପରେ ପ୍ରଚାର ମଇଦାନକୁ ସେ ଓହ୍ଲାଇଛନ୍ତି । କିନ୍ତୁ ଭୋଟରଙ୍କ ସହ କଥାବାର୍ତ୍ତା କି ଆଲୋଚନା କରୁନଥିବାରୁ ଏବେ ରାଗିପାଚି ଲାଲ ହେଲେଣି ଲୋକେ । କାରଣ ଅସହ୍ୟ ଗୁଳୁଗୁଳି ପରେ ବି ଡକରା ପାଇ ସଭାକୁ ଆସିଥିଲେ । ଭାବିଥିଲେ ବବି ବାବୁ କଣ କହିବେ ବୋଲି । କିନ୍ତୁ ବିରାଟ ଶୋଭଯାତ୍ରା ଓ ମନ୍ଦିର ବୁଲି ପଳାଇ ଆସିଲେ ବବି । ଯାହାକୁ ନେଇ ଆଠମଲ୍ଲିକ ଅଂଚଳରେ ଜୋର ଧରିଲାଣି ଚର୍ଚ୍ଚା ।
ବବିଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । କାରଣ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ତାଙ୍କୁ ପ୍ରତି ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡୁଛି । ଯେଉଁ ଆଡ଼େ ଗଲେ ?ଯେତେବେଳେ ଗଲେ ଭୋଟର ତାଙ୍କ କଥା ଶୁଣୁନାହାନ୍ତି । ଏମିତିକି କାଳେ କିଏ କଣ ପଚାରିବେ ? ସେଇଥି ଲାଗି ବୋଧହୁଏ ଭୋଟରଙ୍କଠୁ ଦୂରେଇ ଦୂରେଇ ରହୁଛନ୍ତି ବବି ବାବୁ । ଯଦି ତାହା ନୁହେଁ ତାହାଲେ ସଭା ଆୟୋଜନା ହେବା ପରେ ବି ଏମିତି ଭୋଟରଙ୍କୁ ଅଶାନ୍ତି କରି ଜାଗା ଛାଡି କାହିଁକି ଗଲେ ବବି ?
ସୂଚନା ଅନୁସାରେ, ଅନୁଗୁଳ ଆଠମଲ୍ଲିକରେ ଗତକାଲି ଥିଲା ବବି ଦାସ ଓ ସ୍ଥାନୀୟ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନଙ୍କ ପ୍ରଚାର । ପ୍ରଥମେ ଆଠମଲ୍ଲିକ ବଜାରରେ ପଦଯାତ୍ରା କରିବା ପରେ ବିନିକେୟୀ ଶକ୍ତି ପୀଠକୁ ଗାଡ଼ିରେ ଯାଇଥିଲେ ବବି । ହେଲେ ସେଠାରେ ଅପେକ୍ଷା କରିଥିବା ସଭାରେ ଯୋଗଦାନ ନକରି ଛେଣ୍ଡିପଦା ଚାଲିଗଲେ ବବି ଦାସ । କିନ୍ତୁ ଅପେକ୍ଷା କରିଥିବା ଲୋକଙ୍କୁ କାହିଁକି କିଛି କହିଲେନି ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।
📱 Get Argus News App
✨ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପ୍ରାର୍ଥୀ ହେବା ପରେ ବରାବର ସଭା କରୁଛନ୍ତି, ଲୋକଙ୍କ ସହ କଥା ବି ହେଉଛନ୍ତି । ହେଲେ ଲୋକଙ୍କ ସହ ଅନ୍ତରଆତ୍ମାରୁ ନୁହେଁ ବରଂ ଦେଖାଇ ହେବା ଲାଗି ମିଶୁଥିବା କହିଲେଣି ଲୋକେ । ଆଉ କଥାକୁ ଅଧିକ ଚର୍ଚ୍ଚିତ କରିଛି ଖରାରେ ଲୋକଙ୍କୁ ବସାଇ କେମିତି ଅନ୍ୟତ୍ର ପଳାଇଗଲେ ବବି ବାବୁ । ତେବେ ନିର୍ବାଚନ ପୂର୍ବରୁ ଲୋକଙ୍କ ସହ ବବି ଯେମିତି ଛଳନା କରୁଛନ୍ତି ତାହାକୁ ନେଇ ଏବେଠୁ ଅସନ୍ତୋଷ ପ୍ରକାଶ କଲେଣି ଲୋକେ । ଖାଲି ଅସନ୍ତୋଷ ପ୍ରକାଶ କରୁଛନ୍ତି କାହା ନୁହେଁ ବରଂ ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ ବୋଲି କହିଲେଣି ଭୋଟର ।