Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଶକ୍ତ ହେବେ ମହିଳା,ସ୍ଵାଧୀନତା ଦିବସରେ ସୁଭଦ୍ରା ଯୋଜନା ନିୟମାବଳୀ!

Sangram Tripathy
Browse all articles by Sangram Tripathy
·1 year ago·1 min read
ସଶକ୍ତ ହେବେ ମହିଳା,ସ୍ଵାଧୀନତା ଦିବସରେ ସୁଭଦ୍ରା ଯୋଜନା ନିୟମାବଳୀ!


ଅର୍ଗସ ବ୍ୟୁରୋ:ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସରେ ଜାରି ହେବ ସୁଭଦ୍ରା ଯୋଜନାର ନିୟମାବଳୀ,କାହାକୁ ମିଳିବ ୫୦ ହଜାର ଟଙ୍କାର କେସ ଭାଉଚର,ସୁଭଦ୍ରା ଯୋଜନାରେ କିଏ ହେବେ ସାମିଲ୍ ।ଏନେଇ ୧୫ ତାରିଖରେ ବିଧିବଦ୍ଧ ଘୋଷଣା କରିବେ ରାଜ୍ୟସରକାର,ଅଗଷ୍ଟ ୧୫ ପୂର୍ବରୁ ଅଧିକାରୀମାନେ ଆଲୋଚନା କରି ମତାମତ ଆଣିଛନ୍ତି। କଣ ହେବ ସୁଭଦ୍ରା ଯୋଜନାର ରୂପରେଖ,ମହିଳାମାନେ କିଭଳି ହେବ ସୁଭଦ୍ରା ଯୋଜନା ଦ୍ବାରା ସଶକ୍ତ ହୋଇପାରିବେ,ସେନେଇ ମତାମତ ସଂଗ୍ରହ କରିଛନ୍ତି ସରକାର

ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶାଆସି ୫ଲକ୍ଷ ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ୨୦୨୪ ସଂକଳ୍ପ ପତ୍ରରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନାଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଆଉ ନୂଆ ସରକାର ଶପଥ ନେବା ପରେ ହିଁ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଗଲା। ବିଜେପି ସରକାର ଗଠନର ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ସୁଭଦ୍ରା ଯୋଜନା। 

ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କାର କ୍ୟାସ ଭାଉଚର ଯାହାକୁ ଦୁଇବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ଲାଭାର୍ଥୀ,ବିଶେଷ କରି ପିଲାଙ୍କ ପାଠପଢା,ଝିଅ ବାହାଘର ଠୁ ନେଇ ପରିବାର ଅନ୍ୟକାମରେ ଟଙ୍କା ବ୍ୟବହାର କରିପାରିବେ,ଏହି ଟଙ୍କାକୁ ଆତ୍ମନିର୍ଭରଶୀଳ ହେବାକୁ ମଧ୍ୟ ବ୍ୟବହାର କରିପାରିବେ,ପ୍ରତିଶ୍ରୁତି ମୁତାବକ ବିଜେପି ସୁଭଦ୍ରା ଯୋଜନା ଲାଗୁ କରିବାକୁ ଯାଉଥିବାରୁ ରାଜ୍ୟସାରା ମହିଳା ସରକାରଙ୍କୁ ଜଣାଇଛନ୍ତି ଧନ୍ୟବାଦ। ୨୪ ନିର୍ବାଚନରେ ଗେମ୍ ଚେଞ୍ଜର ଥିଲା ସୁଭଦ୍ରା ଯୋଜନା ପ୍ରତିଶ୍ରୁତି,ସୁଭଦ୍ରା ଯୋଜନା ଭାଙ୍ଗିଦେଲା ବିଜେଡିର ମହିଳା ଭୋଟ ବ୍ୟାଙ୍କ। ରାଜ୍ୟରାଜନୀତିରେ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored