Videos
|
Odisha

ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ 10 ଲକ୍ଷ ବୀମାର ସୁବିଧା

Rashmita Mishra
Browse all articles by Rashmita Mishra
·1 year ago·1 min read
ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ 10 ଲକ୍ଷ ବୀମାର ସୁବିଧା

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ଫେବୃଆରୀରେ ଆୟୁଷ୍ମାନ ଲାଗୁ ହେଉଥିବାରୁ ସରକାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ । ଆଇଟି ଇଣ୍ଟିଗ୍ରେଟ ଉପରେ ବିଭାଗ କାର୍ଯ୍ୟ କରୁଛି । ନିକଟରେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି । ୩୦ ହଜାର ହସ୍ପିଟାଲରେ କାର୍ଡ ଦ୍ଵାରା ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । Ekyc ଡାଟାବେସକୁ ଆଧାର କରି ଆୟୁଷ୍ମାନ ଭାରତ - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଦିଆଯିବ । ଯେଉଁ ମାନଙ୍କର Ekyc ହୋଇନାହିଁ ସେମାନଙ୍କ କଥା ମଧ୍ୟ ସରକାର ବିଚାରକୁ ନେବେ । ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି । ସେମାନଙ୍କ ନାକୁ ସରକାର ବିଚାରକୁ ନେବେ । ସରକାରଙ୍କ ପାଇଁ ଚଳିତ ବର୍ଷ ଗୁରୁତ୍ବପୁର୍ଣ ବର୍ଷ । ୨୦୨୫ ଶେଷ ବେଳକୁ ଟିବି ବା ଯକ୍ଷ୍ମା ମୁକ୍ତ ହେବ ଓଡ଼ିଶା ଓ ସାରା ଦେଶ । ସ୍ବାସ୍ଥ୍ୟ ବିଭାଗ ପାଇଁ ଗୁରୁତ୍ବପୂର୍ଣ୍ଣ । ନୂଆ ମେଡିକାଲ କଲେଜ ଖୋଲିବା ଓ ଡାକ୍ତର ନିଯୁକ୍ତି ଓ ଆୟୁଷ୍ମାନ ଲାଗୁ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
women-will-get-10-lakh-insurance-benefits-under-ayushman-bharat | Argus News