ମହିଳାଙ୍କ ମାସିକ ଋତୁସ୍ରାବରେ ସିଧାସଳଖ ପ୍ରଭାବ ପକାଉଛି ଜଳ ସଙ୍କଟ

ଅର୍ଗସ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଖା ଦେଉଛି ଜଳ ସଙ୍କଟ । ଆଉ ଜଳ ସଙ୍କଟ ମହିଳାଙ୍କ ମାସିକ ଋତୁସ୍ରାବରେ ସିଧାସଳଖ ପ୍ରଭାବ ପକାଉଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୁଟୁକା ଗାଁ । ଆଉ ଏଠାକାର ପୁରା ଗାଁ ଏହି ମୁରମୁରି ନାଳ ପାଣି ଉପରେ ନିର୍ଭର । ଗାଁ ଲୋକଙ୍କ କହିବା କଥା ଅନୁସାରେ ଛତିଶଗଡ଼ର ଗୋଟିଏ ନଦୀର ସ୍ରୋତ ଟିଏ ପୁଟକା ଗାଁ କୁ ବୋହି ଆସିଛି । ଯାହାକୁ ଗାଁ ଲୋକେ ମୁରମୁରି ନାଳ ବୋଲି ନାଁ ଦେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁରମୁରି ନାଳ ର ସ୍ରୋତ ବର୍ତ୍ତମାନ ଧୀରେ ଧୀରେ ପଛକୁ ଚାଲିଯାଉଛି । ଆଗରୁ ଯେଉଁ ନାଳକୁ ଯିବାକୁ 2 କିଲୋମିଟର ଲାଗୁଥିଲା ଏବେ ତାହା 4 କିଲୋମିଟର ଲାଗୁଛି ।
ଫଳରେ ଗାଧୋଇବା ,ପିଇବା, ଶୌଚରେ ଯେତିକି ପ୍ରଭାବ ପକାଉଛି ତା ଠୁ ଅଧିକ ମହିଳାଙ୍କ ଋତୁସ୍ରାବ ଉପରେ ପକାଉଛି । କାହିଁକି ନା ଏଠୁ ପାଣିକୁ ଛାଣି ମହିଳାମାନେ ଋତୁସ୍ରାବ ସମୟରେ ଶୌଚ ହେଉଛନ୍ତି । ସ୍ଥିତି ଏମିତି ହେଉଛି ଘରେ ପାଣି ନ ହେବାରୁ ଋତୁସ୍ରାବ ସମୟର କପଡା ଦୁଇ ରୁ ତିନି ଦିନ ଘର ବାରିପଟେ ପଡିରହି ରହୁଛି । ଯେତେବେଳେ ସମୟ ସହ କପଡାକୁ ସଫା କରିବା ପାଇଁ ନଦୀକୁ ଯାଇ ହୁଏ ସେ ସମୟରେ ବ୍ୟବହାର କପଡା ସବୁ ସଫା ହୁଏ ।
📱 Get Argus News App
✨ଅନ୍ୟପଟେ କିଛି ମହିଳା ଏହା ବି କହିଛନ୍ତି ଯେତେ ସାନିଟାରୀ ନ୍ୟାପକିନ ବ୍ୟବହାର କରିଲେ ବି ନ୍ୟାପକିନ ବଦଳାଇବାରେ ପାଣିର ଆବଶ୍ୟକତା ରହିଛି । ଅନ୍ୟପଟେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ୠତୁସ୍ରାବରେ ଵ୍ୟଵହାର କପଡା ଏମିତି ନ ସଫା କରି ପଡିବା ଗୋଟିଏ ଚିନ୍ତା ଜନକ ବିଷୟ ।
ଠିକ ସେମିତି ବରିଷ୍ଠ ପରିବେଶବିତ ଜୟ କୃଷ୍ଣ ପାଣିଗ୍ରାହୀ କହିଛନ୍ତି ନଦୀର ଧର୍ମ ହେଲା ପ୍ରଭାବିତ ହେବ। କାଳକ୍ରମେ କିଛି ଜଳ ଭୂତଳ କୁ ବି ଯାଉଛି। ଅନ୍ୟପଟେ ପୂର୍ବ ଅପେକ୍ଷା ନଦୀ ଗୁଡିକ ବ୍ୟବହାର ଲୋକ ଅଧିକ ମାତ୍ରରେ କରୁଛନ୍ତି । ପାଣି ବ୍ୟବହାରରେ ନିୟମ ଲାଗୁ କରିବାର ଅଛି ବୋଲି ସେ ମତ ରଖିଛନ୍ତି । ଆମେ ତ ଗୋଟିଏ ଗାଁ ର ଉଦାହରଣ ଆପଣଙ୍କୁ ଦେଖାଇଲୁ , ଏମିତି ଅନେକ ଗାଁ ଓଡିଶାରେ ରହିଛି । ଯେଉଁଠି ଆଜି ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ଲୋକେ ।