Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଟି କୋଟି ଟଙ୍କାର ସେତୁ କଡରେ କାଠ ପୋଲ କରୁଛି ଉପହାସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଟି କୋଟି ଟଙ୍କାର ସେତୁ କଡରେ କାଠ ପୋଲ କରୁଛି ଉପହାସ

ଇନ୍ଦ୍ରାବତି ନଦୀ ଉପରେ ନିର୍ମାଣ ହୋଇଛି ପକ୍କା ପୋଲ। କୋଟିକୋଟି ଟଙ୍କା ବ୍ୟୟରେ ୫ ବର୍ଷ ତଳେ ନିର୍ମାଣ ହୋଇଥିଲା ପୋଲ ନିର୍ମାଣ କାମ। ହେଲେ ଆଜି ଯାଏଁ ସରିଲାନି। ଏପଟେ ପୋଲ ନଥିବାରୁ ଏଇ କୋଠ ପୋଲ ଉପରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ଜୀବନକୁ ବାଜି ଲଗାଇ କାଠ ପୋଲରେ ପ୍ରତିଦିନ ଯାତାୟାତ କରୁଛନ୍ତି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରାୟ 40 ରୁ 50 ଖଣ୍ଡ ଗ୍ରାମବାସୀ। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଷଡ଼ରଙ୍ଗା ଗ୍ରାମରେ ପ୍ରବାହିତ ଇନ୍ଦ୍ରାବତି ନଦୀର ଦୃଶ୍ୟ।

୫ ବର୍ଷ ତଳେ ଏକ ଠିକା ସଂସ୍ଥା ପୋଲ ନିର୍ମାଣ କାମ ଆରମ୍ଭ କରିଥିଲେ। ପ୍ରାରମ୍ଭରୁ ନିର୍ମାଣ କାମ ଯୋରସୋରରେ ଚାଲିଲା । ଏମିତିକି ନିର୍ବାଚନ ପୂର୍ବରୁ ତତ୍ କାଳୀନ ବିଜେଡି ସରକାର ଲୋକ ଦେଖାଣିଆ ଭାବେ ଅଧୁରା ରହିଥିବା ବ୍ରିଜକୁ ଉଦଘାଟନ ମଧ୍ୟ କରିଦେଲେ। ମାତ୍ର ତାପରେ ବି ହେଲାନି ପୋଲ ନିର୍ମାଣ। ଫଳରେ ପକ୍କା ବ୍ରିଜ ଥାଇବି କାଠ ପୋଲ ଭରସାରେ ଅଞ୍ଚଳବାସୀ। ଏହି ଅସ୍ଥାୟୀ ପୋଲ ଉପରେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରନ୍ତି । ଏପରିକି ବିକଳ୍ପ ନଥିବାରୁ କାଠ ପୋଲ ଦେଇ ଜୀବନକୁ ବାଜି ଲଗେଇ ମୋଟର ସାଇକେଲ ମଧ୍ୟ କରୁଛନ୍ତି ଯାତାୟାତ।

ଏହି ବ୍ରିଜ ନିର୍ମାଣ କାମ ଶେଷ ହେଲେ ଆଖପାଖରେ ୪୦ ଖଣ୍ଡ ଗ୍ରାମବାସୀ ଉପକୃତ ହୋଇ ପାରିବେ ମାତ୍ର ବର୍ଷ ପରେ ବର୍ଷ ବିତୁଛି ସିନା ସରୁନି ରାସ୍ତା ନିର୍ମାଣ। ଫଳରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ଏବେ ପାଲଟି କେବଳ ଲୋକ ଦେଖାଣିଆ । ଆଉ ହାତ ତିଆରି କାଠ ପୋଲ ସାଜିଛି ଲାଇଫ୍ ଲାଇନ୍।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
wooden-bridge-over-a-bridge-worth-crores-of-rupees-is-a-joke | Argus News