Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଠ ଚକ୍ରିବାଣର କ୍ରେଜ, ବାଣ ଦେଖିବାକୁ ଲୋକଙ୍କ ଭିଡ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାଠ ଚକ୍ରିବାଣର କ୍ରେଜ, ବାଣ ଦେଖିବାକୁ ଲୋକଙ୍କ ଭିଡ

Key Points

ନିଆଁ ଓ ଧୂଆଁ ବାହାରିବା ସହ ଗର୍ଜନ କରି ବୁଲୁଛି କାଠ ଚକ୍ରିବାଣ
ବାଣ ଦେଖିବାକୁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଲୋକ

ନିଆଁ ଓ ଧୂଆଁ ବାହାରିବା ସହ ଗର୍ଜନ କରି ବୁଲୁଛି କାଠ ଚକ୍ରିବାଣ । ଏହି ବାଣ ଦେଖିବାକୁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଲୋକ। ଆଉ ବାଣ ଶେଷ ଗଣ୍ଡି ବୁଲିବା ଆରମ୍ଭ କରିବା ମାତ୍ରେ ଗାମୁଛା ବୁଲାଇ ବିଜୟ ଉଲ୍ଲାସ ମନାଉଛନ୍ତି ଯୁବକମାନେ। ଏ ଦୃଶ୍ୟ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦ ପୁର ଗାଁର। ଆଉ ଏହି କାଠ ଚକ୍ରିବାଣର ପରମ୍ପରା ଏଠାରେ ପ୍ରାୟ ୫ ଶହ ବର୍ଷରୁ ପାଳନ ହୋଇଆସୁଛି। ପ୍ରତିବର୍ଷ ଚମ୍ପକ ଦ୍ଵାଦଶୀ ଅବସରରେ ଗାଁର ଆରାଧ୍ୟ ପ୍ରଭୁ ଜୟ ଗୋପାଳ ଦେବ ଏବଂ ମାତା ରୁକ୍ମଣୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଅବସରେ ଅନୁଷ୍ଠିତ ହୁଏ କାଠ ଚକ୍ରିବାଣ ପ୍ରଦର୍ଶନୀ। ଗାଁ ଲୋକେ ଦୁଇ ଭାଗ ହୋଇ ବରପକ୍ଷ ଓ କନ୍ୟା ପକ୍ଷ ଭାବେ ଏହି ଉତ୍ସବରେ ହୋଇଥାନ୍ତି ସାମିଲ ।

ଚମ୍ପକ ଦ୍ଵାଦଶୀ ପୂର୍ବରୁ ଦାଣ୍ଡମୁକୁନ୍ଦପୁର ଗାଁର ବ୍ରାହ୍ମଣ ଯୁବକମାନେ କଠାଚକ୍ର ବାଣ ପ୍ରସ୍ତୁତିରେ ଲାଗିଯାଆନ୍ତି। ଏହି ବାଣ ଟିଣିଆ କାଠ କିମ୍ବା ନିମ୍ବ କାଠରେ ପ୍ରସ୍ତୁତ ହୋଇଥାଏ l ଅତି ନିଷ୍ଠା ଓ ସତର୍କତାର ସହିତ ବାଣ ପ୍ରସ୍ତୁତ କରି ବାଣମରା ବଜାରରେ ଥିବା ଠାକୁରଙ୍କ ବିମାନ ନିକଟକୁ ଆଣିଥାନ୍ତି ଯୁବକମାନେ l ବିମାନଠାରୁ କିଛି ଦୂରରେ ଠାକୁରଙ୍କ ସାମ୍ନାରେ ପୂର୍ବରୁ ଦୁଇ ପାଖରେ ଦୁଇଟି ଦଣ୍ଡ ପୋତା ହୋଇଥାଏ l ଏହି ଦଣ୍ଡରେ କାଠ ଚକ୍ରକୁ ରଖି ବାଣୁଆମାନେ ଅଗ୍ନୀ ସଂଯୋଗ କରିଥାନ୍ତି l ଗୋଟିକ ପରେ ଗୋଟିଏ ବାମରୁ ଡାହାଣ କୁ ଡାହାଣ ରୁ ବାମ କୁ ଏହିପରି ଚାରି ଗଣ୍ଠି ଧରି ଏହି କାଠଚକ୍ର ବାଣ ଘୁରିଥାଏ l ଏହି ଚମତ୍କାର ପରମ୍ପରା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକଙ୍କର ଭିଡ ଲାଗିଥାଏ।

ପ୍ରଭୁ ଜୟ ଗୋପାଳ ଦେବ ଓ ମାତା ରୁକ୍ମଣୀଙ୍କ ବିବାହ ସମ୍ପନ୍ନ ହେବା ପରେ ଠାକୁରଙ୍କୁ ଦୋଳ ବିମାନରେ ବସାଇ ଘଣ୍ଟ ଘଣ୍ଟା ଢୋଲ ଘୋଡ଼ା ନାଚ ସହିତ ଗାଁ ପରିକ୍ରମା କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
wooden-firecracker-craze-crowds-of-people-flock-to-see-the-firecracker | Argus News