କଟକରେ ଡ୍ରେନ୍ କାମ ବେଳେ ଜଣେ ଶ୍ରମିକ ମୃତ
·1 year ago

ଅର୍ଗସ ବ୍ୟୁରୋ: କଟକରେ ଡ୍ରେନ୍ ନିର୍ମାଣ ବେଳେ ଅଘଟଣ। ପାଚେରୀ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଉଛନ୍ତି କଟକ ପଟାପୋଲୋ ଅଞ୍ଚଳର ଶଙ୍କରି । ବିଡ଼ାନାସୀ ଏକ ନମ୍ବର ୱାର୍ଡରେ ପାଞ୍ଚ ଜଣ ଶ୍ରମିକ ଡ୍ରେନ୍ ନିର୍ମାଣ କାମ କରୁଥିବା ବେଳେ ଡ୍ରେନକୁ ଲାଗିକି ଥିବା ପାଚେରୀ ଦୁଇ ଜଣ ଶ୍ରମିକଙ୍କ ଉପରେ ପଡି ଯାଇଥିଲା। ଦୁଇ ଆହତ ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: