ଆଜିଠୁ ୭ ଯାଏଁ ପାଳିତ ହେବ ବିଶ୍ବ ସ୍ତନ୍ୟପାନ ସପ୍ତାହ

Key Points
ଆଜିଠୁ ୭ ଯାଏଁ ପାଳିତ ହେବ ବିଶ୍ବ ସ୍ତନ୍ୟପାନ ସପ୍ତାହ
ଶିଶୁ ପାଇଁ ସ୍ତନ୍ୟପାନର ଆବଶ୍ୟକତା ଜରୁରୀ
ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରନ୍ତି
ଆଜିଠୁ ୭ ଯାଏଁ ପାଳିତ ହେବ ବିଶ୍ବ ସ୍ତନ୍ୟପାନ ସପ୍ତାହ । ଶିଶୁ ପାଇଁ ସ୍ତନ୍ୟପାନ ସହଯୋଗକୁ ପ୍ରାଥମିକତା ଦେଇ ଓଡ଼ିଶା ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଏକ କର୍ମଶାଳା । ଚଳିତ ବର୍ଷର ଥିମ୍ ରହିଛି `ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ ତଥା ନିରନ୍ତର ସହାୟତା ପ୍ରଦାନର ବ୍ୟବସ୍ଥା କରନ୍ତୁ' ।
ଏନେଇ ଆୟୋଜିତ କର୍ମଶାଳାରେ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡ. ରଜ୍ୟଶ୍ରୀ ପଟ୍ଟନାୟକ କହିଛନ୍ତି ବିଭାଗ ପକ୍ଷରୁ ପରାମର୍ଶ ସେବା ଯୋଗାଇବା ସହ ସଚେତନତା କାର୍ଯ୍ୟକ୍ରମ କରାଯିବ। ଶିଶୁ ପାଇଁ ସ୍ତନ୍ୟପାନର ଆବଶ୍ୟକତା ଜରୁରୀ । NFHS ସୂଚନା ଅନୁସାରେ ରାଜ୍ୟରେ ୬୮.୫ ପ୍ରତିଶତ ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରନ୍ତି,ଯାହା ଜାତୀୟ ହାର ୪୧.୮ ପ୍ରତିଶତ ଅପେକ୍ଷା ବହୁତ୍ ଅଧିକ ।
📱 Get Argus News App
✨ସେହିପରି ରାଜ୍ୟରେ ୬ ମାସରୁ କମ ବୟସର ୭୨.୯ ପ୍ରତିଶତ ଶିଶୁ ସ୍ବତନ୍ତ୍ର ସ୍ତନ୍ୟପାନ କରନ୍ତି ଯାହା ଜାତୀୟ ହାର ୬୩.୭ ପ୍ରତିଶତ ଅପେକ୍ଷା ଅଧିକ । ଫଳରେ ଶିଶୁମୃତ୍ୟୁ ହାର କମିଛି । ଏହି ଅବସରରେ ଶିଶୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ ଆଦିତ୍ୟ ମହାପାତ୍ର, ପୋଷଣ ଯୁଗ୍ମ ନିର୍ଦ୍ଦେଶକ ଡ ସ୍ମୁତି ଜିତ୍ ପଟ୍ଟନାୟକ ଉପସ୍ଥିତ ରହି ଶିଶୁ ପାଇଁ ମା କ୍ଷୀରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।