Chena Poda 2026 / ଆଜି ବିଶ୍ବ ଛେନା ପୋଡ ଦିବସ, ଏବେ ଅପେକ୍ଷା ଜିଆଇ ଟ୍ୟାଗକୁ
·1 hour ago·2 min read

Key Points
ଆଜି ବିଶ୍ବ ଛେନା ପୋଡ ଦିବସ
ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି
ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁ
ଏବେ ଅପେକ୍ଷା ଜିଆଇ ଟ୍ୟାଗକୁ

ଭୁବନେଶ୍ବର ୧୧/୦୪: ଆଜି ବିଶ୍ବ ଛେନା ପୋଡ ଦିବସ । ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି।
ନୟାଗଡ ଛେନାପୋଡ ନାଁ ଶୁଣିଲେ ସାଧାରଣ ଲୋକଙ୍କ ପାଟିରୁ ଲାଳ ବାହିରି ଆସିଥାଏ । ଏହି ସୁସ୍ଵାଦୁ ମିଠାକୁ ଥରେ ଯିଏ ଖାଇଛି ତାର ସ୍ଵାଦକୁ କେବେ ବି ଭୁଲିପାରିବନାହିଁ । ଖାସ୍ ସେଥିପାଇଁ ନୟାଗଡ ସହର ମଧ୍ୟରେ ରହିଛି ଛେନାପୋଡ ଦୋକାନର ଲମ୍ବା ଲାଇନ୍ । କେବଳ ସେତିକି ନୁହେଁ ପ୍ରତ୍ୟେକ ଦିନ ଏଠାରୁ ଶହଶହ କ୍ବିଣ୍ଟାଲ୍ ଛେନା ପୋଡ ରାଜ୍ୟର ବିଭିନ୍ନ ସହର ଏବଂ ରାଜ୍ୟ ବାହାରକୁ ପଠାଯାଇଥାଏ ।
ପର୍ବପର୍ବାଣୀ ହେଉ ବା ଯାନିଯାତ୍ରା, ବାହଘରଠାରୁ ବ୍ରତଘର, ସବୁଠି ଛେନାପୋଡ଼ର ଆଦର ରହିଛି । ଓଡିଆଙ୍କ ମଉଡ଼ମଣି କଳା ଠାକୁର ମଧ୍ୟ ଛେନାପୋଡ଼ ପ୍ରେମୀ । ଆଜିକାଲି ବିଭିନ୍ନ ଉତ୍ସବ ପାଳନ ପାଇଁ କେକ୍ ପରିବର୍ତ୍ତେ ଛେନାପୋଡ଼ ମଧ୍ୟ ବ୍ୟବହାର କରାଯାଉଛି । ଏପରିକି ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଛେନାପୋଡ଼ ଖୁବ୍ ପ୍ରିୟ ଥିଲା ବୋଲି କୁହନ୍ତି ସୁଦର୍ଶନ ସାହୁଙ୍କ ପରିବାର ଲୋକ। ଛେନାପୋଡ଼ର ଅନ୍ତୁଡ଼ିଶାଳ କୁହାଯାଉଥିବା ନୟାଗଡ଼ ମାଛିପଡ଼ାରେ ପ୍ରତିଦିନ ଶହ ଶହ କ୍ବିଣ୍ଟାଲ ଛେନାପୋଡ଼ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ ।
ପଢନ୍ତୁ ଏହି ଖବର: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶାର ପ୍ରିୟ 'ପଖାଳ'
ଆଜି ନୟାଗଡ଼ ଜିଲ୍ଲା ସଦ୍ଭାବନା ଗୃହରେ ଛେନାପୋଡ଼ ଦିବସ ପାଳନ ହେଉଛି । ଜିଲ୍ଲାର ବହୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଏହାକୁ ପ୍ରସ୍ତୁତ କରି ଲକ୍ଷପତି ଦିଦି ହୋଇପାରିଛନ୍ତି । ଆଗାମୀ ଦିନରେ ମହାଲକ୍ଷପତି ଦିଦି ହେବାକୁ ଯାଉଛନ୍ତି " ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁମିତା ରଥ
ଛେନାପୋଡ଼ ଦିବସ ଅବସରରେ ଭୁବନେଶ୍ବର ରାମ ମନ୍ଦିର ଛକରୁ ଲୋୟର ପିଏମଜି ଯାଏ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ବାଦ ବିବାଦ ଭୁଲି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ ହାସଲ କରିବା। ଶୋଭାଯାତ୍ରାରେ ନୟାଗଡ଼ ଜିଲ୍ଲାର ଛେନାପୋଡ଼ ପ୍ରେମୀ ଯୋଗ ଦେଇଛନ୍ତି।
ଓଡ଼ିଆ ଅସ୍ମିତାକୁ ଅତୁଟ ରଖିଥିବା ନୟାଗଡ଼ର ଛେନାପୋଡ଼ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପଲ୍ଲୀରୁ ଦିଲ୍ଲୀ ସବୁଠି ଛେନାପୋଡ଼କୁ ନେଇ ଚର୍ଚ୍ଚା । ଏହାକୁ ସ୍ଵତନ୍ତ୍ର ମାନ୍ୟତା ଦାବିରେ ଏପ୍ରିଲ୍ ୧୧ ତାରିଖକୁ ବିଶ୍ବ ଛେନା ପୋଡ଼ ଦିବସ ଭାବେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories