Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା 

Rashmita Mishra
Browse all articles by Rashmita Mishra
·1 year ago·2 min read
ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା 

Key Points

  • ରେଳ ଷ୍ଟେସନରେ ମିଳିବ ଏୟାରପୋର୍ଟ ସୁବିଧା
  • ନବକଳେବର ହେଉଛି ଭୁବନେଶ୍ବର ରେଳ ଷ୍ଟେସନ
  • ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା 
  • ଚାଲିଛି ଦେଶର ସର୍ବବୃହତ ରେଲଓ୍ବେ କନକୋର୍ସ

ଅର୍ଗସ ବ୍ୟୁରୋ:  ସଜେଇ ହେଲାଣି ଭୁବନେଶ୍ବର  ରେଳ ଷ୍ଟେସନ । ଭୁବନେଶ୍ବର ରେଳ ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା । ୧୦୮ ମିଟର ଲମ୍ବ ଓ ୮୬ ମିଟର ଚଉଡା ପରିମିତ ସ୍ଥାନରେ ନିର୍ମାଣ ଚାଲିଛି ଦେଶର ସର୍ବବୃହତ ରେଲଓ୍ବେ କନକୋର୍ସ । ୪୧୮ କୋଟି ଟଙ୍କ ବ୍ୟୟରେ ଚାଲିଥିବା ପୁନଃବିକାଶ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ଏକ ଲକ୍ଷ ସ୍କୋୟାର ଫୁଟ ପରିମତ ଏରିଆରେ ଫୁଡ୍ କୋର୍ଡ, ଲାଇବ୍ରେରୀ, ଓ୍ବାନ ଷ୍ଟେସନ ଓ୍ବାନ ପ୍ରଡକ୍ସ  ସହ ଓ୍ବେଟିଙ୍ଗ ପ୍ଳେସ୍‌ର ସୁବିଧା ପାଇ ପାରିବେ ଯାତ୍ରୀ। ଖୁବ ଶିଘ୍ର ମିଳିବାକୁ ଯାଉଛି ଏହି ଅତ୍ୟାଧୁନି ସୁବିଧା  । ତଳେ ରେଳ ଧାରଣା ଓ ଉପରେ ର୍ନିମାଣ ହୋଇଥିବା ଏୟାର କନକୋର୍ସରେ  ଅତ୍ୟାଧୁନିକ ସୁବିଧା ପାରିବେ ରୋଳଯାତ୍ରୀ । ରେଳ ଷ୍ଟେସନର  ରି-ଡେଭଲପମେଣ୍ଟ ଯୋଜନାରେ ନୂତନ ରୂପ ପାଇବାକୁ ଯାଉଛି ଭୁବନେଶ୍ବର ରେଳ ଷ୍ଟେସନ । ଏଲିଭେଟେଡ ରୋଡ, ଇଣ୍ଟିଗ୍ରେଟେଡ ସିଷ୍ଟମର ସୁବିଧା ମିଳିବ । ମେଟ୍ରୋରୁ ଓହ୍ଲାଇ ଏଲିଭେଟେଡ ରୋଡରେ ସିଧା ରେଲ କନକୋର୍ସରେ ପହଂଚି ପାରିବେ ଯାତ୍ରୀ । ୨୦୨୫  ଅଗଷ୍ଟ ସୁଦ୍ଦା କାମ ସାରିବାକୁ ରଖାଯାଇଛି ଲକ୍ଷ । 

୨୦୨୨ ଡିସେମ୍ବର ୨୯ରେ କେନ୍ଦ୍ରଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ତ୍ତମାନ ଏହାର କାମ ତ୍ବରିତ ବେଗ ଜାରି ରହିଛି । ସବୁ ଫ୍ଲାଟଫର୍ମକୁ ଯୋଡିବାକୁ ଫୁଟ ଓଭର ବ୍ରିଜ ସହ ଲିଫ୍ଟ, ଏକ୍କଲେଟର ବ୍ୟବସ୍ଥା କରାଯାଇଛି ।  ସ୍ବତନ୍ତ୍ର  ଭାବେ ଏଣ୍ଟ୍ରି ଓ ଏକଜିଟ ରୁଟ କରାଯାଇଛି । ଯାହା ଯାତ୍ରୀଙ୍କ ଭିଡ଼ କରିବ ନିୟନ୍ତ୍ରଣ । । ଶ୍ରମିକ, ଇଂଜିନିୟରଙ୍କୁ ମିଶାଇ ଦୈନିକ 650ରୁ ଊର୍ଦ୍ଧ୍ବ ଲୋକ ରାତିଦିନ କାମ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World class facilities will be available at the station. | Argus News