Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବର ରେଳ ଷ୍ଟେସନରେ ମିଳିବ world class ସୁବିଧା

Smruti Parija
Browse all articles by Smruti Parija
·1 year ago·2 min read
ଭୁବନେଶ୍ବର ରେଳ ଷ୍ଟେସନରେ ମିଳିବ world class ସୁବିଧା

ଭୁବନେଶ୍ୱର: ରେଳ ଷ୍ଟେସନରେ ମିଳିବ ଏୟାରପୋର୍ଟ ସୁବିଧା । ସଜେଇ ହେଲାଣି ଭୁବନେଶ୍ବର ରେଳ ଷ୍ଟେସନ । ଭୁବନେଶ୍ବର ରେଳ ଷ୍ଟେସନରେ ମିଳିବ world class ସୁବିଧା । ୧୦୮ ମିଟର ଲମ୍ବ ଓ ୮୬ ମିଟର ଚଉଡା ପରିମିତ  ସ୍ଥାନରେ ନିର୍ମାଣ  ଚାଲିଛି ଦେଶର ସର୍ବବୃହତ ରେଲଓ୍ବେ କନକୋର୍ସ । ପ୍ରାୟ ଏକ ଲକ୍ଷ ସ୍କୋୟାର ଫୁଟ୍ ପରିମିତ ଅଞ୍ଚଳରେ ଫୁଡ୍ କୋର୍ଟ, ଲାଇବ୍ରେରୀ, ଓ୍ବାନ ଷ୍ଟେସନ ଓ୍ବାନ ପ୍ରଡକ୍ସନ ସହ ଓ୍ବେଟିଙ୍ଗ ରୁମ୍ ର ସୁବିଧା ପାଇପାରିବେ ରେଳ ଯାତ୍ରୀ । 

ଏୟାରପୋର୍ଟ ସର୍ଭିସ ଭଳି ଭୁବନେଶ୍ବର ରେଳ ଷ୍ଟେସନରେ ଖୁବଶିଘ୍ର ମିଳିବାକୁ ଯାଉଛି ଏହି  ଅତ୍ୟାଧୁନିକ ସୁବିଧା ସୁଯୋଗ । ତଳେ ଥିବା ୬ଟି ଟ୍ରାକରେ ଗଡୁଥିବ ଟ୍ରେନ ଓ ତା  ଉପରେ ର୍ନିମାଣ  ହୋଇଥିବା ଏୟାର କନକୋର୍ସରେ  ଅତ୍ୟାଧୁନିକ ସୁବିଧା ପାଇପାରିବେ ରେଳଯାତ୍ରୀ । ଭୁବନେଶ୍ବର ରେଳ ଷ୍ଟେସନ ରି ଡେଭଲପମେଣ୍ଟ ଯୋଜନାରେ ନୂତନ ରୁପ ପାଇବାକୁ ଯାଉଛି ଭୁବନେଶ୍ବର ରେଳ ଷ୍ଟେସନ । ଏଲିଭେଟେଡ ରୋଡ,  ଇଣ୍ଟିଗ୍ରେଟେଡ ସିଷ୍ଟମ୍ ସହ ଏୟାରପୋର୍ଟ ଭଳି ସୁବିଧା ମିଳିବ । 

ମେଟ୍ରୋରୁ  ଓହ୍ଲାଇ ଏଲିଭେଟେଡ ରୋଡରେ ସିଧା ରେଲ କନକୋର୍ସରେ ପହଂଚି ପାରିବେ ଯାତ୍ରୀ । ୨୦୨୫  ଅଗଷ୍ଟ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ହେଉଛି  ଦେଶର ସର୍ବବୃହତ ରେଲଓ୍ବେ ଏୟାର କନକୋର୍ସ ବୋଲି ଦାବି କରିଛନ୍ତି  ପୁର୍ବତଟ ରେଳବାଇର  ଚିଫ୍ ଇଂଜିନିୟର୍। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୨ ଡିସେମ୍ବର ୨୯ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ କାମ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବର୍ତ୍ତମାନ ଏହାର କାମ ତ୍ୱରିତ ବେଗରେ ଚାଲିଛି । ଭୁବନେଶ୍ବର ମେଟ୍ରୋ ଟ୍ରେନରୁ ଓହ୍ଲାଇ ଏଲିଭେଟେଡ ରୋଡ ଦ୍ବାରା ସିଧାସଳଖ  ଷ୍ଟେସନ ଭିତରେ ପହଂଚିବାକୁ ବ୍ୟବସ୍ଥା କରାଯାଉଛି । 

ରେଳ ଷ୍ଟେସନର ଉନ୍ନତିକରଣ ସହ ସୁରକ୍ଷା, ପରିମଳ,  ଯାତ୍ରୀଙ୍କ ପାଇଁ  ଉପଯୁକ୍ତ  ଓ୍ବେଟିଙ୍ଗ ହଲ୍,  ମୋର୍କେଟ ପ୍ଲେସ, ଏଲିଭେଟର , ନିର୍ମାଣ କାମ କରାଯାଉଛି। ଭୁବନେଶ୍ବର ଷ୍ଟେସନକୁ world class କରିବାକୁ ତ୍ବରିତ ବେଗରେ କାମ କରାଯାଉଛି । ରେଳ ଷ୍ଟେସନର ଯେକୌଣସି ପ୍ଲାଟଫର୍ମ ଦେଇ ଯିବେ , ଆପଣ ପାଇବେ world class ଲୁକ୍ ଓ ଫରେନ୍ ଏକ୍ସପିରିଏନସ୍ । 
ଫୁଟ ଓଭର,  ଡ୍ରାଇଭ ଟ୍ରାକ, ଡ୍ରପ ଅଫ ବେ,  କାମ ଶେଷ ପଯ୍ୟାୟରେ ପହଂଚିଛି । ସ୍ବତନ୍ତ୍ର  ଭାବେ ଏଣ୍ଟ୍ରି ଓ ଏକଜିଟ୍  ରୁଟ୍ କରାଯାଇଛି । ଯାହାଫଳରେ  ଯାତ୍ରୀଙ୍କ ଭିଡ କମିଯିବ । ଶ୍ରମିକ, ଇଞ୍ଜିନିୟରଙ୍କୁ ମିଶାଇ ଦୈନିକ ୬୫୦  ଲୋକ ରାତି ଦିନ କାମ କରୁଛନ୍ତି ।
 

Sponsored
world-class-fascilities-to-be-available-in-bhubaneswar-airport | Argus News