Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

Ritu Das
Browse all articles by Ritu Das
·1 year ago·1 min read
ପୁରୀରେ ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

Key Points

ପୁରୀରେ ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପ୍ରେସମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି

ଜଗନ୍ନାଥ ମ୍ୟୁଜିୟମ ସହିତ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ମଧ୍ୟ ପ୍ରତିଷ୍ଠା ହେବ

ପୁରୀ ସହରରେ ଶୀଘ୍ର ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏକ ପ୍ରେସମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଗୋଟିଏ ପରିସରରେ ଜଗନ୍ନାଥ ମ୍ୟୁଜିୟମ ସହିତ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ମଧ୍ୟ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିସରରେ ୩୦୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ ନିର୍ମାଣ କରାଯିବ,


ଯେଉଁଠାରେ ପ୍ରତିଦିନ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ ପ୍ରଦର୍ଶିତ ହେବ। ଏହାସହ, ଏକ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ନିର୍ମାଣ ହେବ, ଯେଉଁଠାରେ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ବିଶ୍ଵସ୍ତରୀୟ ପ୍ରକଳ୍ପ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ପୁରୀର ସାଂସ୍କୃତିକ ମହତ୍ତ୍ଵକୁ ଆହୁରି ଉଜ୍ଜ୍ଵଳ କରିବ ବୋଲି ଆଶା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
world-class-jagannath-museum-to-be-established-in-puri | Argus News