Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

World Environment Day ; ଚଳିତ ବର୍ଷ ସାଢେ ୭ କୋଟି ଗଛ ଲାଗିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
World Environment Day ; ଚଳିତ ବର୍ଷ ସାଢେ ୭ କୋଟି ଗଛ ଲାଗିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Key Points

ସାଢ଼େ 7 କୋଟି ଗଛ ଲଗାଇବେ ରାଜ୍ୟ ସରକାର । ବିଶ୍ଵ ପରିବେଶ ଦିବସ ଅବସରରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । " ଏକ ପେଡ ମାଆ କେ ନାମ " କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ସାଢ଼େ 7 କୋଟି ବୃକ୍ଷରୋପଣ କରାଯିବ ।

ସାଢ଼େ 7 କୋଟି ଗଛ ଲଗାଇବେ ରାଜ୍ୟ ସରକାର । ବିଶ୍ଵ ପରିବେଶ ଦିବସ ଅବସରରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । " ଏକ ପେଡ ମାଆ କେ ନାମ " କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ସାଢ଼େ 7 କୋଟି ବୃକ୍ଷରୋପଣ କରାଯିବ । ଏହାସହ ବାୟୁ ପ୍ରଦୂଷଣ କମାଇବା ପାଇଁ ଷ୍ଟେଟ କ୍ଲିନ୍ ଏୟାର ପ୍ରୋଗ୍ରାମ ଆରମ୍ଭ କରିବେ ସରକାର । ଏଥିପାଇଁ 12ଟି ସହର ଚିହ୍ନଟ କରିଛନ୍ତି ସରକାର । ସେହିପରି ପ୍ଲାଷ୍ଟିକ ମୁକ୍ତ ହେବ ପିକନିକ ସ୍ପଟ୍ । ଏହାସହ ଫ୍ଲାଏ ଆସ୍ ପରିଚାଳନା ପାଇଁ ସ୍ବତନ୍ତ୍ର ପୋର୍ଟାଲ ଆରମ୍ଭ କଲେ ସରକାର । ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବ ଫ୍ଲାଏ ଆସ୍ । କେଉଁ ଶିଳ୍ପରୁ କେତେ ଫ୍ଲାଏ ଆସ୍ ବାହାରୁଛି, ତାହାର ତଥ୍ୟ ପୋର୍ଟାଲରୁ ଜଣାପଡ଼ିବ । ପଲିଥିନ ବ୍ୟବହାର କମାଇବା ପାଇଁ ବ୍ୟାପକ ଭାବେ ବିଭିନ୍ନ ଛକ ବଜାରରେ ଲଗାଯିବ କ୍ଲଥ ଭେଣ୍ଡିଙ୍ଗ ମେସିନ ।


ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ କଲେ ସରକାର । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । OUAT କୃଷି ଶିକ୍ଷା ସଦନ ଠାରେ ପାଳନ ହୋଇଥିଲା ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ । ଚଳିତ ବର୍ଷ ପ୍ଲାଷ୍ଟିକ ପ୍ରଦୂଷଣ ସମାପ୍ତ କରିବାକୁ ନେଇ ପାଳନ ହୋଇଛି ପରିବେଶ ଦିବସ । ତେବେ ଏହି ଅବସରରେ " ଏକ ପେଡ ମାଆ କେ ନାମ " ସ୍ଲୋଗାନ ଆଧାରରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ଦେଲେ ବାର୍ତ୍ତା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ବିଭାଗୀୟ ସଚିବ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅବସରରେ Van of Analysis and Research on Urban-drains and Natural Watercourse (VARUN) ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଆଧାରିତ ପ୍ରକଳ୍ପ ଗୁଡ଼ିକୁ ବୋଲି ଦେଖିଲେ । ଏହାସହ ପରିବେଶ ପ୍ରଦୂଷଣର ଭୟାବହତାକୁ ତିଆରି ହୋଇଥିବା ପେଣ୍ଟିଂ ଗୁଡ଼ିକୁ ପରିଦର୍ଶନ କଲେ ମୋହନ । ଏହାସହ 185 ଜଣ ପ୍ରକୃତି ମିତ୍ର, 211 ଜଣ ପ୍ରକୃତି ବନ୍ଧୁ ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ 3 ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ।

Sponsored
World Environment Day; CM announces planting of 7.5 crore trees this year | Argus News