Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rath Yatra / ଆଜି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା... ଭକ୍ତିମୟ ଶ୍ରୀକ୍ଷେତ୍ର, ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ

Rashmita Mishra
Browse all articles by Rashmita Mishra
·3 hours ago·1 min read
ଆଜି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା... ଭକ୍ତିମୟ ଶ୍ରୀକ୍ଷେତ୍ର, ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ
Rath Yatra

Key Points

ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା...
ଭକ୍ତିମୟ ଶ୍ରୀକ୍ଷେତ୍ର, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ...
ଭାଇ, ଉଭଣୀଙ୍କୁ ସାଙ୍ଗରେ ଘେନି ରତ୍ନବେଦୀ ଛାଡି ଓହ୍ଲାଇ ଆସିବେ କାଳିଆ ସାଆନ୍ତ

ଆଜି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା... ଭକ୍ତିମୟ ଶ୍ରୀକ୍ଷେତ୍ର, ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ... ଭାଇ, ଉଭଣୀଙ୍କୁ ସାଙ୍ଗରେ ଘେନି ରତ୍ନବେଦୀ ଛାଡି ଓହ୍ଲାଇ ଆସିବେ କାଳିଆ ସାଆନ୍ତ... ସକାଳ ୯ଟା ୩୦ରେ ଆରମ୍ଭ ହେବ ପହଣ୍ଡି... ଅପରାହ୍ନ ୪ଟାରେ ହେବ ରଥଟଣା ।

ରଥଯାତ୍ରା ପୁରୀ ଠାରୁ ଓଡ଼ିଶାର ପଲ୍ଲୀ ପର୍ଯ୍ୟନ୍ତ ବିସ୍ତୃତ । ଭାରତର ପ୍ରମୁଖ ସହର ସହିତ ବିଦେଶରେ ମଧ୍ୟ ଏହା ପାଳନ କରାଯାଉଛି । ମହାପ୍ରଭୁ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ପୁରୀର ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ରଥଯାତ୍ରା ହେଉଛି ମୁଖ୍ୟ ଉତ୍ସବ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହେଉଥିବା ମହାପ୍ରଭୁଙ୍କର ଏହି ଯାତ୍ରା ୯ଦିନ ପାଇଁ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ବର୍ଣ୍ଣିତ ।

ରଥଯାତ୍ରା ନୀତିକାନ୍ତି
ସକାଳ ୬ଟା: ମଳଙ୍ଗ ଆଳତି
୬ଟା ୧୦ରୁ ୬ଟା ୩୦: ମଇଲମ ଓ ତଡ଼ପଲାଗି
୬ଟା ୩୦: ରୋଷହୋମ
ସକାଳ ୭ଟା: ଅବକାଶ
୭ଟା ୧୦: ସୂର୍ଯ୍ୟପୂଜା
୭ଟା ୩୦: ଦ୍ବାରପାଳ ପୂଜା
୭ଟା ୩୦: ବେଶ ଶେଷ
୮ଟାରୁ ୯ଟା: ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ)
ପୂର୍ବାହ୍‌ଣ ୯ଟା: ରଥ ପ୍ରତିଷ୍ଠା
୯ଟା ୧୫: ମଙ୍ଗଳାର୍ପଣ
୯ଟା ୩୦: ପହଣ୍ଡି ଆରମ୍ଭ
୧୨ଟା ୩୦: ପହଣ୍ଡି ‌ଶେଷ
୧୨ଟା ୩୦ରୁ ୧ଟା: ମଦନମୋହନ ବିଜେ
୧ଟା ୩୦ରୁ ୨ଟା: ଚିତାଲାଗି
୧ଟା ୩୦ରୁ ୨ଟା ୩୦: ବେଶ ଶେଷ
ଅପରାହ୍ଣ ୨ଟାରୁ ୩ଟା: ଛେରାପହଁରା
୩ଟାରୁ ୪ଟା: ଚାରଫିଟା ଓ ଘୋଡ଼ା ସାରଥୀ ଲାଗିବା
ଅପରାହ୍‌ଣ ୪ଟାରୁ ରଥ ଟଣା ଆରମ୍ଭ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored