ଜୁଲାଇ 7ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା
·2 years ago·1 min read

ପୁରୀ: ଜୁଲାଇ 7ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ। ସେଥିପାଇଁ ରଥନିର୍ମାଣ କାର୍ଯ୍ୟ ବେଶ୍ ଦ୍ରୁତଗତିରେ ଆଗେଇ ଚାଲିଛି। ମହାରଣା,ଭୋଇ,ରୂପକାର, ଚିତ୍ରକର, କମାର ଓ ଦରଜୀ ସେବକ ମାନେ ପରସ୍ପର ସହ ସମନ୍ୱୟ ରକ୍ଷା କରି ବିଶ୍ୱନୀୟନ୍ତାଙ୍କ ରଥ ନିର୍ମାଣକୁ ଆଗେଇ ନେଉଛନ୍ତି। ରଥସଂହିତା ମୁତାବକ ତିନିରଥର ନିର୍ମାଣ ପ୍ରକ୍ରିୟା ସମାନ ସମାନ ଭାବରେ କରାଯାଇଥାଏ।
ସ୍ନାନପୂର୍ଣ୍ନିମା ପୂର୍ବରୁ ତିନିରଥର ଚାରିନାହାକା ଉଠିଥିବା ବେଳେ ଚଉଦ ନାହାକା ବୁଲି ପ୍ରଥମ ଓ ଦ୍ୱିତୀୟ ଭୂଇଁ ଖଞ୍ଜା ଯାଇଛି। ରଥଖଳାରେ ତୃତୀୟ ଭୂଇଁ କାମ ଜାରି ରହିଛି ଓ ଗାରେଡି ହଣା ଚାଲିଛି। ପୂର୍ବରୁ ତିନିରଥର ସମସ୍ତ ଚକଅଖ ସଂଯୋଗ ହୋଇଥିବା ବେଳେ କୋଣଗୁଜ ମଧ୍ୟ ଲାଗିଯାଇଛି ଓ କୋଣଗୁଜରେ ସିଂହବିରାଳ ଖୋଦେଇ ହୋଇଛି। ଆଗକୁ ପୋଟଳ,ପ୍ରଭା,ଦୁଆରବେଢା,ସିଂହାସନ,ପାରାଭାଡି ଇତ୍ୟାଦି କାମ ପର୍ଯ୍ୟାୟପର୍ଯ୍ୟାୟ କ୍ରମେ ଜାରି ରହିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: