Videos
|
Odisha

ଭୁବନେଶ୍ୱରରେ ଖୋଲିଲା ବିଶ୍ୱର ପ୍ରଥମ ଜିଆଇ ଷ୍ଟୋର ଉତ୍କଳଅମୃତା

Ritu Das
Browse all articles by Ritu Das
·1 year ago·2 min read
ଭୁବନେଶ୍ୱରରେ ଖୋଲିଲା ବିଶ୍ୱର ପ୍ରଥମ ଜିଆଇ ଷ୍ଟୋର ଉତ୍କଳଅମୃତା

Key Points

ଭୁବନେଶ୍ୱର ଜନପଥରେ ଖୋଲିଲା ଉତ୍କଲଅମୃତା ଷ୍ଟୋର

ବାଚସ୍ପତି ସୁରମା ପାଢ଼ୀ ଆଜି ଏହାକୁ ଉଦଘାଟନ କରିଛନ୍ତି

ସାବତ ଷିଷ୍ଟର୍ସ ଏହି ଷ୍ଟୋରର ପରିକଳ୍ପନା କରିଛନ୍ତି

ସମ୍ବଲପୁରୀ ବାନ୍ଧ, ପଟଚିତ୍ର, ହ୍ୟାଣ୍ଡ ପେଣ୍ଟେଡ଼ ଶାଢ଼ୀ, ସାନ୍ତାଳୀ ଶାଢ଼ୀ, ଦୋଳବେଦୀ ଶାଢ଼ୀ ଏହି ଷ୍ଟୋରରେ ଉପଲବ୍ଧ

ଭୁବନେଶ୍ୱରରେ ଖୋଲିଲା ବିଶ୍ୱର ପ୍ରଥମ ଜି ଆଇ ( G I ) ଷ୍ଟୋର। ଭୁବନେଶ୍ୱର ଜନପଥରେ ଖୋଲିଥିବା ଏହି ଷ୍ଟୋର ନାଁ ହେଉଛି ଉତ୍କଲଅମୃତା। ବାଚସ୍ପତି ସୁରମା ପାଢ଼ୀ ଆଜି ଏହାକୁ ଉଦଘାଟନ କରିଛନ୍ତି। ସାବତ ଭଉଣୀ ଏହି ଷ୍ଟୋରକୁ ଚଲାଉଛନ୍ତି। ଡକ୍ଟର ଅନିତା ସାବତ ଓ ଡକ୍ଟର ଅମ୍ରିତା ସାବତ ଏହାର ପରିକଳ୍ପନା କରିଛନ୍ତି। ଯେଉଁଥିରେ କି ଓଡ଼ିଶାର ୨୬ ଟି ଜି ଆଇ ଟ୍ୟାଗ ମାନ୍ୟତା ପ୍ରଡକ୍ଟ ରହିଛି। ଏହା ସହ ପ୍ରତେକ ଜିଲାର ସ୍ୱତନ୍ତ୍ର ଜିନିଷ ଏଠାରେ ଉପଲବ୍ଧ ରହିବ। ଜିଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତ ବିଭିନ୍ନ ଶାଢ଼ୀ ମହିଳା ମାନଙ୍କୁ ବେଶ ଆକୃଷ୍ଟ କରିବ। ସମ୍ବଲପୁରୀ ବାନ୍ଧ, ପଟଚିତ୍ର, ହ୍ୟାଣ୍ଡ ପେଣ୍ଟେଡ଼ ଶାଢ଼ୀ, ସାନ୍ତାଳୀ ଶାଢ଼ୀ, ଦୋଳବେଦୀ ଶାଢ଼ୀ, ଡୋଙ୍ଗରିଆ ଶାଢ଼ୀ, ବ୍ରହ୍ମପୁର କୁଂମ୍ଭ ପାଟ, ହବାସପୁରୀ, ବୋମକାଇ ଭଳି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଶାଢ଼ୀ ରହିଛି। ଏହା ସହ ଫ୍ୟାସନେବଲ ଡ୍ରେସ, କୋ ଅର୍ଡ ସେଟ, ଡିଜାଇନ ବ୍ଲାଉଜ। ମହିଳାଙ୍କ ପାଇଁ ଭେରାଇଟି ବ୍ଲାଉଜ ଡିଜାଇନ ମଧ୍ୟ ମିଳିବ।


ଏହା ସହ ନିତ୍ୟ ବ୍ୟବହାର୍ଯ୍ୟ ଛୋଟରୁ ବଡ଼ ବ୍ୟାଗ, ପର୍ସ ରହିଛି। ସେହିଭଳି ପୁରୁଷଙ୍କ ପାଇଁ କୁରତା, ସାର୍ଟ ମଧ୍ୟ ରହିଛି। GI tag ମିଳିଥିବା ଖାଦ୍ୟ ଯେମିତିକି ଖଜୁରୀ ଗୁଡ଼, ବିକଳାନନ୍ଦ ରସଗୋଲା, କନ୍ଧମାଳ ହଳଦୀ, ରସାବଳି, ଛେନାପୋଡ ମିଳୁଛି। ଉଭୟ ଅନଲାଇନ ଓ ଅଫ ଲାଇନରେ ମାର୍କେଟିଂ କରିପାରିବେ ଲୋକେ। ଏହି ଅବସରରେ ବାଚସ୍ପତି ଯୋଗ ଦେଇ ସାବତ ସିଷ୍ଟର୍ସଙ୍କୁ ଭୁୟସି ପ୍ରଶଂସା କରିବା ସହ ଓଡିଶା ର୍ ସଂସ୍କୃତି, ପରମ୍ପରା ଓ କାରିଗରୀକୁ ଏତେ ଆଗକୁ ନେଉଥିବାରୁ ବେଶ ପ୍ରଶଂସା କରିଥିଲେ। ଡ଼ଃ ଅନିତା ସାବତ କହିଛନ୍ତି ଏହା କେବଳ ଏକ ବିଜନେସ ନୁହେଁ, ଓଡ଼ିଆଙ୍କ ଭାବାବେଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
worlds-first-gi-store-utkal-amrita-opens-in-bhubaneswar | Argus News