Videos
|
Odisha

ବିଶ୍ୱର ସବୁଠାରୁ ଛୋଟ ହସ୍ପିଟାଲ ଏବେ ଏମ୍ସରେ: ୧୦ ମିନିଟରେ ୨୦୦ ରୋଗୀ ହେବେ ଚିକିତ୍ସା

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଶ୍ୱର ସବୁଠାରୁ ଛୋଟ ହସ୍ପିଟାଲ ଏବେ ଏମ୍ସରେ: ୧୦ ମିନିଟରେ ୨୦୦ ରୋଗୀ ହେବେ ଚିକିତ୍ସା

Key Points

ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ହସ୍ପିଟାଲ
୮ରୁ ୧୦ ମିନିଟ ମଧ୍ୟରେ ପ୍ରସ୍ତୁତ କରାଯାଇ ୨୦୦ରୁ ଅଧିକ ଲୋକଙ୍କ କରାଯାଇ ପାରିବ ଚିକିତ୍ସା
ଡାକ୍ତରଖାନାରେ ଆଇସିୟୁ, ଅପରେସନ୍ ଥିଏଟର, ବେଡ୍, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଉପଲବ୍ଧ
ଏହାକୁ ଏୟାରଲିଫ୍ଟ ଦ୍ୱାରା ଯେକୌଣସି ସ୍ଥାନକୁ ନିଆଯାଇପାରିବ

ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ହସ୍ପିଟାଲ ଏବେ ଏମ୍ସ ରେ । ମାତ୍ର ୮ ମିନିଟ ରୁ ୧୦ ମିନିଟ ମଧ୍ୟରେ ପ୍ରସ୍ତୁତ କରାଯାଇ ୨ ଶହରୁ ଅଧିକ ଲୋକଙ୍କ କରାଯାଇ ପାରିବ ଚିକିତ୍ସା। ଏହି ଡାକ୍ତରଖାନାରେ ଆଇସିୟୁ, ଅପରେସନ୍ ଥିଏଟର, ବେଡ୍, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ରହିଛି। ଏହି ଭୀଷ୍ମ କ୍ୟୁବ୍ ଏପରି ଏକ ହସ୍ପିଟାଲ୍ ଯାହା ୩୬ ବର୍ଗାକାର ବାକ୍ସ ମଧ୍ୟରେ ଆବଦ୍ଧ ହୋଇଛି। ଏହା ଏତେ ଛୋଟ ଯାହାକୁ ଏୟାରଲିଫ୍ଟ ଦ୍ୱାରା ଯେକୌଣସି ସ୍ଥାନକୁ ନିଆଯାଇପାରେ। ଏହାକୁ ଆକାଶରୁ ଭୂମି କିମ୍ବା ପାଣିରେ ଫିଙ୍ଗି ଦେଲେ ମଧ୍ୟ ଏହା କ୍ଷତିଗ୍ରସ୍ତ ହେବ ନାହିଁ।

ଲୁହାର ତିନୋଟି ଫ୍ରେମ୍, ୧୨ ଭିନ୍ନ ବାକ୍ସ ଏବଂ ସେଥିରେ ୩୬ ବାକ୍ସ ରହିଛି। ଯାହାର ମୋଟ ଓଜନ ହେଉଛି ୭୨୦ କିଲୋଗ୍ରାମ। ପ୍ରତ୍ୟେକ ବାକ୍ସରେ ଏକ QR Code ରହିଛି। ଯାହା କେଉଁ ବାକ୍ସରେ ଔଷଧ ରହିଛି ଏବଂ ସେଗୁଡିକର ମିଆଦ ପୂର୍ଣ୍ଣତା ଜାଣିବା ପାଇଁ ସ୍କାନ୍ କରାଯାଇ ପାରିବ। କେବଳ ସେତିକି ନୁହେଁ ୨୫ ଜଣଙ୍କୁ ଏକ ସମୟରେ ପରୀକ୍ଷା କରାଯାଇପାରିବ। ଯେଉଁଠି ଏମରଜେନ୍ସି ଠାରୁ ନେଇ ସର୍ଜରୀ, ନିଆଁ ଲାଗିବା, ଯୁଦ୍ଧ, ବନ୍ୟା, ଭୂକମ୍ପ ପୀଡିତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ମିଳିପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: