|
logo
Live

Argus News - ଶିବରାତ୍ରିରେ ପୂଜା କରନ୍ତୁ ଶିବଲିଙ୍ଗ, ମିଳିବ ଶିବଙ୍କ ଆଶିଷ...

Odisha

ଶିବରାତ୍ରିରେ ପୂଜା କରନ୍ତୁ ଶିବଲିଙ୍ଗ, ମିଳିବ ଶିବଙ୍କ ଆଶିଷ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶିବରାତ୍ରିରେ ପୂଜା କରନ୍ତୁ ଶିବଲିଙ୍ଗ, ମିଳିବ ଶିବଙ୍କ ଆଶିଷ...

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀରେ ମହା ଶିବରାତ୍ରି ପୂଜା ହୋଇଥାଏ। ଚଳିତ ବର୍ଷ ଫେବ୍ରୁଆରୀ ୨୬ ଦିନ ଶିବରାତ୍ରି ପାଳନ କରାଯିବ। ଏହି ଦିନ ଭଗବାନ ଶିବ ଶଙ୍କରଙ୍କ ପୂଜା କରିବାର ଦିନଟି । ଏହି ଦିନ ସମସ୍ତେ ଉପବାସ ରଖି ଶିବଙ୍କୁ ପୂଜା କରିଥାଆନ୍ତି । ଉପବାସ ରଖିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଘରକୁ କିଛି ଜିନିଷ ଆଣି ଆପଣ ପୂଜା କରିପାରିବେ, ଯାହା ଦ୍ୱାରା ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।ଶିବରାତ୍ରିରେ କେଉଁ ଜିନିଷ ଘରକୁ ଆଣିବେ ଏବଂ କଣ ଖାଇବେ ଜାଣନ୍ତି କି ?


ଶିବଲିଙ୍ଗ- ଶିବରାତ୍ରୀ ଦିନ ଘରକୁ ମାଟି ଆଣି ନିଜ ହାତରେ ଶିବ ଲିଙ୍ଗ ତିଆରି କରି ପୂଜା କରନ୍ତୁ। ଆପଣ ଏହି ପବିତ୍ର ଦିନରେ ପାରଦ ଶିବଲିଙ୍ଗ କିମ୍ବା ସ୍ଫଟିକ ଶିବଲିଙ୍ଗ ଆଣି ତାହାର ଅଭିମନ୍ତ୍ରିତ କରି ପୁରା ବିଧିବିଧାନ ସହକାରେ ଆପଣ ପୂଜା କରି ପାରିବେ। ପରନ୍ତୁ ଶିବ ପୁରାଣ ଅନୁସାରେ ଏହି ଦୁଇଟି ଶିବ ଲିଙ୍ଗରେ ଅପାର ଉର୍ଜା ଏବଂ ଶକ୍ତି ରହିଥାଏ। ଏହାକୁ ଆପଣ ବିଧିବଧ ଭାବେ ଠିକ୍ ସ୍ଥାନରେ ରଖି ପୂଜା କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

୧. ଏକ ମାଟି କିମ୍ବା ତମ୍ବା ପାତ୍ରରେ ପାଣି କିମ୍ବା କ୍ଷୀର ନେଇ ଶିବଲିଙ୍ଗ ଉପରେ ଢାଳନ୍ତୁ। ବେଲ ପତ୍ର, ଫୁଲ, ଚାଉଳ ନେଇ ଶିବ ଲିଙ୍ଗ ପୂଜା କରନ୍ତୁ।
୨. ମହା ଶିବରାତ୍ରି ଦିନ ଶିବ ପୁରାଣ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରନ୍ତୁ। ଓମ୍ ନମଃ ଶିବାୟ ଜପ କରନ୍ତୁ।
୩. ଭକ୍ତମାନେ ମଧ୍ୟ ସେମାନଙ୍କ ସୁବିଧା ଅନୁଯାୟୀ ଭଗବାନ ଶିବଙ୍କୁ ପୂଜା କରିପାରିବେ। ଏଥିରେ କୌଣସି ପ୍ରତିବନ୍ଧକ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏସବୁ କରିବା ଦ୍ୱାରା ଦେବ ଦେବ ମହାଦେବଙ୍କର ଆଶିଷ ଲାଭ କରିଥାନ୍ତି ଭକ୍ତଗଣ। ଏହା ହେୁଛି ଏକ ବିଶ୍ୱାସର ପୂଜା। ଯଦି ଆପଣ ଶ୍ରଦ୍ଧା ଏବଂ ବିଶ୍ୱାସରେ ଭଗବାନଙ୍କୁ ଡାକୁଛନ୍ତି ତେବେ ଆପଣଙ୍କୁ ନିଶ୍ଚୟ ଏହାର ଫଳ ମିଳିବ।

Sponsored
ଶିବରାତ୍ରିରେ ପୂଜା କରନ୍ତୁ ଶିବଲିଙ୍ଗ, ମିଳିବ ଶିବଙ୍କ ଆଶିଷ... | Argus News