Videos
|
Odisha

ମହଙ୍ଗା ପଡ଼ିଲା ଘରେ ବାଘଛାଲ ପୂଜା କରିବା

Rashmita Mishra
Browse all articles by Rashmita Mishra
·1 year ago·1 min read
ମହଙ୍ଗା ପଡ଼ିଲା ଘରେ ବାଘଛାଲ ପୂଜା କରିବା

Key Points

ମହଙ୍ଗା ପଡ଼ିଲା ଘରେ ବାଘଛାଲ ପୂଜା କରିବା
ବନ୍ଧାହେଲେ ୭ ଅଭିଯୁକ୍ତ, ୩ଟି ବାଘଛାଲ ଜବତ
ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସରକାରୀ ଶିକ୍ଷକ ଅଛନ୍ତି
ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପୂଜା କରୁଥିଲେ ବାଘଛାଲ

ମହଙ୍ଗା ପଡ଼ିଲା ଘରେ ବାଘଛାଲ ପୂଜା କରିବା । ବନ୍ଧାହେଲେ ୭ ଅଭିଯୁକ୍ତ, ୩ଟି ବାଘଛାଲ ଜବତ ହୋଇଛି । ଆଉ ସବୁଠୁ ବଡ଼ କଥା ହେଉଛି, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସରକାରୀ ଶିକ୍ଷକ ଓ ତନ୍ତ୍ର ସାଧକ ସାମିଲ ଅଛନ୍ତି । ବାଘଛାଲକୁ ଘରେ ରଖି ପୂଜା କଲେ ମିଳିବ ଅଜସ୍ର ଟଙ୍କା । ଏଭଳି ଅନ୍ଧବିଶ୍ବସ କାରଣରୁ ଘରେ ରଖିଥିଲେ ବାଘଛାଲ । ଶିମିଳିପାଳର ସ୍ବତନ୍ତ୍ର ଗୋଇନ୍ଦା ଟିମ୍ ଠାରୁ ଖବର ପାଇ ବନ ବିଭାଗ ସହିତ ଶିମିଳିପାଳ ଟାଇଗର ରିଜର୍ଭ (STR) ର ମିଳିତ ଭାବରେ କପ୍ତିପଦା, ବଡ଼ସାହି, ଡୁକୁରା ଓ ଖୁଣ୍ଟା ରେଞ୍ଜ ର ବିଭିନ୍ନ ଅଞ୍ଚଳରେ ରେଡ୍ କରିଥିଲେ ।


ବଡ଼ସାହିର ଜଣେ ବ୍ୟକ୍ତି ପୂଜା କରିବା ପାଇଁ ଘରେ ରଖିଥିବା ବାଘଛାଲ ଜବତ କରିବା ପରେ ତାଙ୍କୁ ପଚରା ଉଚରା କରି ଉଦଳା ଓ ଖୁଣ୍ଟା ରେ ଆଉ ଦୁଇଟି ବାଘଛାଲ ଥିବାର ଜାଣିଥିଲା ବନ ବିଭାଗ । ସେହି ସ୍ଥାନରେ ଚଢାଉ କରି ଆଉ ଦୁଇଟି କଲରା ପତରିଆ ବାଘ ଛାଲ ଜବତ କରିବା ସହିତ ଅନ୍ୟ ୬ ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି ବିଭାଗ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବଡ଼ସାହିର ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ସହିତ ଜଣେ ବେପାରୀ, ବାଲେଶ୍ବର ଜିଲ୍ଲାର ୨ ଜଣ ବେପାରୀ ଏବଂ ଉଦଳା ରେଞ୍ଜ ଅଞ୍ଚଳର ୩ ଜଣ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
worshipping-tiger-skin-in-expensive-demolished-house | Argus News