Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରାଉନ ସୁଗାର ଜାଲରେ ଯୁବପିଢି , ୫ ମାସରେ ୪ କୋଟିର ବ୍ରାଉନ ସୁଗାର ଜବତ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ବ୍ରାଉନ ସୁଗାର ଜାଲରେ ଯୁବପିଢି , ୫ ମାସରେ ୪ କୋଟିର ବ୍ରାଉନ ସୁଗାର ଜବତ

Key Points

ଧଳା ଜହର ମାୟାରେ ବାୟା ଯୁବପିଢୀ
ବ୍ରାଉନ ସୁଗାର ଜାଲରେ ସିଲଭରସିଟି
ଟାର୍ଗେଟରେ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଯୁବବର୍ଗ
୫ ମାସରେ ଜବତ ହେଲାଣି ୪ କୋଟିର ବ୍ରାଉନ ସୁଗାର

ବ୍ରାଉନ ସୁଗାର ନିଶାରେ ବାୟା ଯୁବପିଢୀ । କଟକ ସହରରେ ଚିନ୍ତା ବଢେଇଲାଣି ବ୍ରାଉନ ସୁଗାର ବେପାର। ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର, ଗିରଫ ହେଉଛନ୍ତି ବ୍ରାଉନ ସୁଗାର ବେପାରୀ। ଏହା ସତ୍ୱେ ଥମୁନି ବ୍ରାଉନ ସୁଗାର କାରବାର । ସହରର ଛକ, ଗଳିକନ୍ଦି, ନଦୀ ପଠା, ଜାତୀୟ ରାଜପଥ ଆଦି ଅଞ୍ଚଳରୁ ଜବତ ହେଉଛି ବ୍ରାଉନ ସୁଗାର । କିଏ ଗୋଗୋ ପେପର ଜରିଆରେ ବ୍ରାଉନ ସୁଗାର ନିଶା କରୁଛି ତ ଆଉ କିଏ ଇଞ୍ଜେକସନ ସିରିଞ୍ଜରେ। ଯାହାକୁ ନେଇ ବଢ଼ିଲାଣି ଚିନ୍ତା।

ଚଳିତ ବର୍ଷ ଏପ୍ରିଲ ମାସରୁ ସେପ୍ଟେମ୍ୱର ୧୨ ତାରିଖ ପର୍ଯ୍ୟନ୍ତ କଟକ ସହର ସମେତ ଆଖପାଖ ଅଞ୍ଚଳରୁ ପାଖାପାଖି ୪ କେଜି ବ୍ରାଉନ ସୁଗାର ଜବତ ସହ ୫୦ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ପାଖାପାଖି ୪ କୋଟି ଟଙ୍କା। ଏସବୁ ବ୍ରାଉନ ସୁଗାର ପାକିସ୍ତାନ-ବାଂଲାଦେଶରୁ ପଶ୍ଚିମବଙ୍ଗକୁ ଆସୁଛି। ଆଉ ପଶ୍ଚିମବଙ୍ଗରୁ ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଦେଇ କଟକକୁ ପ୍ରବେଶ କରୁଛି। ଏହା ଉପରେ ରୋକ୍ ଲଗେଇବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଥିବା ବେଳେ ନିଶାମୁକ୍ତ ସମାଜ ଗଠନ ପାଇଁ ଆରମ୍ଭ ହୋଇଥିବା ଅପରେସନ ପ୍ରହାରକୁ ଆହୁରି ବ୍ୟାପକ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
worth 4 crore brown sugar seized in 5 months | Argus News