ନରି ପଣ୍ଡାଙ୍କୁ ଯାତ୍ରା କଳାକାର ମହାସଂଘର ସମର୍ଥନ

ଯାତ୍ରା କଳାକାର ବିବାଦ ପ୍ରସଙ୍ଗ, ନରି ପଣ୍ଡାଙ୍କୁ ଯାତ୍ରା କଳାକାର ମହାସଂଘର ସମର୍ଥନ । ସଂଘ ଉପଦେଷ୍ଟା ବାପି ପଣ୍ଡା କହିଲେ, ମାମଲା ଚାପିଦେବାକୁ ହୋଇଥାଇପାରେ ବଡ଼ ଷଡ଼ଯନ୍ତ୍ର । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଯାତ୍ରା କଳାକାର ସଂଘ ତାଙ୍କ ସହ ଅଛି । କଳାକାର ପେଟରେ ଲାତ ମାରିବା ପୂର୍ବରୁ ସଂଘ କଥା ଥରେ ଭାବିବେ ବୋଲି ଯାତ୍ରା ମାଲିକଙ୍କୁ କଳାକାର ସଂଘର ଚେତାବନୀ । ଆବଶ୍ୟକ ପଡିଲେ ଯାତ୍ରା ବନ୍ଦ କରିଦେବୁ । ନିରପେକ୍ଷ ତଦନ୍ତ ପାଇଁ ପୋଲିସ ଡିଜିଙ୍କ ଦ୍ବାରସ୍ଥ ହେବୁ । ନରି ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଦାବି କରିଛି କଳାକାର ସଂଘ । ଦରକାର ପଡିଲେ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ଅବଗତ କରାଯିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ନରି ପଣ୍ଡାଙ୍କୁ ଯେଉଁ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେତେ ପର୍ଯ୍ୟନ୍ତ ନରି ପଣ୍ଡାଙ୍କ ସହ ଯାତ୍ରା କଳାକାର ମହାସଂଘ ରହିଛି । ନରି ପଣ୍ଡାଙ୍କ ଉପରୁ ବ୍ୟାନ ନ ହଟିଲେ ବନ୍ଦ ହେବ ଯାତ୍ରା । କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ସମନ୍ବୟ ଅଭାବ ରହିଛି । ଯେଉଁଥିପାଇଁ ଏସବୁ ସମସ୍ୟା ବା ବିବାଦ ଉପୁଜିଛି । ସମନ୍ବୟ ଠିକ୍ ରହିଲେ ଏସବୁ ସମାଧାନ ହୋଇପାରିବ। ମଞ୍ଚ ବଞ୍ଚିବା ଦରକାର, କଳାକାର ସ୍ୱାଭିମାନର ସହ ବଞ୍ଚି ଅଭିନୟ କରିବା ଦରକାର। ଯିଏ ସତ କହୁଛି ତା ଉପରେ ଆକ୍ସନ ନିଆଯାଉଛି । ସରକାର ଏଥିପ୍ରତି ସଚେତନ ହେବା ଆବଶ୍ୟକ । ଯାତ୍ରା ଗାଇଡଲାଇନ ଆସିବା ଦରକାର ବୋଲି ଦାବି କରିଛି ସଂଘ ।