Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନରୀଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ଯାତ୍ରା କଳାକାର: ବସିଲା ବୈଠକ

Odisha

ନରୀଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ଯାତ୍ରା କଳାକାର: ବସିଲା ବୈଠକ

Ritu Das
Browse all articles by Ritu Das
·1 year ago·2 min read
ନରୀଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ଯାତ୍ରା କଳାକାର: ବସିଲା ବୈଠକ

ନରୀଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ଯାତ୍ରା କଳାକାର। ବସିଲା ବୈଠକ।ଯାତ୍ରାବିବାଦର ସମାଧାନ ପାଇଁ କଳାକାର ସଂଘର ବୈଠକରେ ବଡ଼ ନିଷ୍ପତ୍ତି। କଳାକାରଙ୍କୁ ନ୍ୟାୟ ନ ମିଳିଲେ, ଆଗକୁ ଯାତ୍ରା ବନ୍ଦ ବୋଲି ଚେତାବନୀ ଦେଲେ ଯାତ୍ରା କର୍ମଚାରୀ-କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା। ଏହି ବୈଠକରେ କଳାକାର ସଂଘ ନରି ପଣ୍ଡାଙ୍କୁ ସମର୍ଥନ କରି କଳାକାରଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଏକାଠି ହୋଇଛନ୍ତି । ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ପୂର୍ଣ୍ଣଛେଦ ପକାଇବା ଲକ୍ଷ୍ୟରେ ଆଜି ଭୁବନେଶ୍ବରରେ କଳାକାର ମହାସଂଘର ବୈଠକ କରିଛନ୍ତି। ଏଥିରେ ଯାତ୍ରାର ସମସ୍ତ କଳାକାର ଯୋଗ ଦେଇଥିଲେ। ସେଇଠି ଯାତ୍ରାକଳାକାରଙ୍କ ପ୍ରତି ବ୍ୟାନ ବିବାଦ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ମାଲିକ ସଂଘ ସହିତ ଆଉ ଥରେ ଆଲୋଚନା କରିବୁ ବୋଲି କହିଛି ସଂଘ। ନରି ପଣ୍ଡାକୁ ଯେଉଁ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେତେ ପର୍ଯ୍ୟନ୍ତ ନରି ପଣ୍ଡା ଙ୍କ ସହ ଯାତ୍ରା କଳାକାର ମହାସଂଘ ରହିଛି।


ନରି ପଣ୍ଡା ଙ୍କ ଉପରୁ ବ୍ୟାନ ନ ହଟିଲେ ବନ୍ଦ ହେବ ଯାତ୍ରା ।କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ସମନ୍ବୟ ଅଭାବ ରହିଛି ।ଯେଉଁଥିପାଇଁ ଏସବୁ ସମସ୍ୟା ବା ବିବାଦ ଉପୁଜିଛି।ସମନ୍ବୟ ଠିକ୍ ରହିଲେ ଏସବୁ ସମାଧାନ ହୋଇପାରିବ। ତେଣୁ ଆମେ ବି ମାଲିକମାନଙ୍କୁ ଆହ୍ୱାନ କରୁଛି ଆଉ ଯାତ୍ରା ଜଗତକୁ ବିବାଦକୁ ନ ଟାଣି ଏହାର ସମାଧାନ ପାଇଁ ଆଗକୁ ଆସନ୍ତୁ ବୋଲି କହିଛି ସଂଘ। କାରଣ ମଞ୍ଚ ବଞ୍ଚିଲେ କଳାକାର ବଞ୍ଚିବା ଆଉ କଳାକାର ଟିଏ ସ୍ୱାଭିମାନ ର ସହ ବଞ୍ଚି ଅଭିନୟ କରିବ। ଆଜି କଳାକାର ଓ ଯାତ୍ରା ମାଲିକ ଭିତରେ ଦେଖାଦେଇଥିବା ବିବାଦ କଳାକାର ଙ୍କ ସ୍ୱାଭିମାନ କୁ କୁଠାରଘାତ କରିଥିବା ବେଳେ ଯାତ୍ରା ଜଗତକୁ ବଦନାମ କରୁଥିବା ବେଳେ ମାଲିକ ମାନେ ଏଥିପ୍ରତି ଦାୟୀ ବୋଲି ସିଧାସଳଖ ଟାର୍ଗେଟ କରିଛି ସଂଘ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଯିଏ ସତ କହୁଛି ତା ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସଂଘ କହିଥିବା ବେଳେ ନରୀ ପଣ୍ଡା ଙ୍କ ଘଟଣାର ଯାତ୍ରା ମାଲିକ ନରୀ ପଣ୍ଡାଙ୍କ ସମେତ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ତଦନ୍ତ ପରିସର ସହ ପଲିଗ୍ରାଫ ଟେଷ୍ଟ ଦାବି କରିଛି ସଂଘ । ଖାଲି ସେତିକି ନୁହେଁ ଯାତ୍ରା କଳାକାର ନରୀ ପଣ୍ଡାଙ୍କ ସମେତ ପ୍ରତାପ ମହାନ୍ତିଙ୍କ ଉପରୁ ପ୍ରତ୍ୟାହାର ଉଠାଇବା ପାଇଁ ମଧ୍ୟ ଦାବି କରିଛି ସଂଘ। ଏହାସହ ନମିତା ଭୁଆଁ ଦୟାନିଧି ଉପାଧ୍ୟାୟ ପ୍ରତି ହୋଇଥିବା ଅତ୍ୟାଚାର ଓ ଭୁଲ ବୁଝାମଣାର ବି ସମାଧାନ ହେବ ଦରକାର ବୋଲି କହିଛି ସଂଘ। ଏଥିପାଇଁ କେବଳ ଆମେ ନୁହେ ଯାତ୍ରା ମାଲିକ ସଂଘ ବି ସାମ୍ନା କୁ ଆସନ୍ତୁ। ଆପୋଷ ବୁଝାମଣା ସହ ଯାତ୍ରା ଜଗତକୁ ବଦନାମ ଓ ବିବାଦରୁ ବଞ୍ଚନ୍ତୁ ବୋଲି ସଂଘ କହିଛି। ଏପରିକି ସରକାର କଳାକାରଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଯାତ୍ରା ଗାଇଡଲାଇନ ଆଣନ୍ତୁ ବୋଲି ସଂଘ ଦାବି କରିଛି। ବର୍ତ୍ତମାନ ନ୍ୟାୟିକ ଲଢେଇ ହେଉଥିବା ବେଳେ ଆଇନର ନିଶ୍ଚୟ ବିଜୟ ହେବ ବୋଲି କହିଛି ସଂଘ। ସେହିପରି ନରୀ କହିଛନ୍ତି କଳାକାରଙ୍କ ସମର୍ଥନ ମୋ ପ୍ରତି ଦେଖି ଖୁସି ଲାଗିଲା। କିଛିଦିନ ପୂର୍ବରୁ ମୋ ପ୍ରତି ହୋଇଥିବା ଅନ୍ୟାୟ ରେ ମତେ ସମ୍ୟକ ନ୍ୟାୟ ମିଳିଛି ଓ ମୁଁ ଏହାକୁ ନେଇ ଆଶ୍ବସ୍ତି ପାଇଛି ବୋଲି କହିଛନ୍ତି ନରି ପଣ୍ଡା।

Sponsored
yatra-artists-come-together-for-justice-for-nari-panda-meeting-held | Argus News