|
logo
Live
Argus News App
GET APP

Argus News - ପ୍ରବଳ ବର୍ଷା ନେଇ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

Odisha

ପ୍ରବଳ ବର୍ଷା ନେଇ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

Smruti Parija
Browse all articles by Smruti Parija
·1 year ago·1 min read
ପ୍ରବଳ ବର୍ଷା ନେଇ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

ଭୁବନେଶ୍ୱର: ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ । ପ୍ରଭାବରେ ରାଜ୍ୟରେ ଆଜିଠୁ ବଡ଼ ବର୍ଷା ସମ୍ଭାବନା । ଆଜି ପ୍ରବଳ ବର୍ଷା ନେଇ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ 12ରୁ 20 ସେମି ଯାଏଁ ହୋଇପାରେ ବର୍ଷା । ନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏଥିସହ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ମଧ୍ୟମଧରଣର ବର୍ଷା ଲାଗି ରହିବ । ଆସନ୍ତା 3 ତାରିଖ ଦିନ ଯାଏଁ ନାହିଁ ବର୍ଷାରୁ ନିସ୍ତାର ।

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୪୮୫.୩  ମିମି  ବର୍ଷା ରେକର୍ଡ ହୋଇଛି। ଏବେବି ୧୦  ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। 

ଗତ ୨୪ ଘଣ୍ଟାରେ  ଓଡ଼ିଶାର  ଅନେକ ସହରରେ  ବର୍ଷା  ହୋଇଥିବା ବେଳେ ଗୋଟେ ସହରରେ  ଅତି ପ୍ରବଳ ଓ ୬ ସହରରେ  ପ୍ରବଳ ବର୍ଷା ହୋଇଛି ।  ଏହି କ୍ରମରେ ମୟୂରଭଞ୍ଜର ରାସଗୋବିନ୍ଦପୁରରେ  ସର୍ବାଧିକ  ୧୨୮.୦ ମିମି  ବର୍ଷା ରେକର୍ଡ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରବଳ ବର୍ଷା ନେଇ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି  | Argus News