Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

22 ଯାଏଁ ଘନ କୁହୁଡ଼ି ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Smruti Parija
Browse all articles by Smruti Parija
·1 year ago·2 min read
22 ଯାଏଁ ଘନ କୁହୁଡ଼ି ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Key Points

କାଲିଠୁ କମିବ ଶୀତ । ବଢିବ ରାତ୍ରି ତାପମାତ୍ରା ।

ଭୁବନେଶ୍ୱର: କାଲିଠୁ କମିବ ଶୀତ । ବଢିବ ରାତ୍ରି ତାପମାତ୍ରା । ଗୁରୁଚାପ ବଳୟ ହେତୁ ଘନକୁହୁଡିର ସମ୍ଭାବନା ରହିଛି । । 22 ତାରିଖ ଯାଏଁ ଘନ କୁହୁଡ଼ି ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


21 ତାରିଖରୁ ଦେଶର ଉତ୍ତରପଶ୍ଚିମ ଭାଗକୁ ଏକ ପଶ୍ଚିମାଝଡ଼ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଶୀତର ପ୍ରକୋପ କମିବା ସହ କୁହୁଡିର ପ୍ରଭାବ ବଢିବାନେଇ ସମ୍ଭାବନା ରହିଛି । 22 ଏବଂ 23 ରେ ଗୁରୁଚାପ ବଳୟର ଉପସ୍ଥିତି ହେତୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ର ବୃଦ୍ଧି ତଥା ଆକାଶ ନିର୍ମଳ ଏବଂ ବାୟୁ ଚଳାଚଳରେ ନିଷ୍କ୍ରିୟତା ବୃଦ୍ଧି ସମ୍ଭାବନା ଥିବାରୁ ଘନକୁହୁଡି ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି l ସାଧାରଣତଃ ଏପରି ପାଣିପାଗ ସ୍ତିତି ପଶ୍ଚିମଝଡ଼ର ଆଗମନରେ ଆହୁରି ପ୍ରସମିତ ହୋଇଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଜାଡରେ ଥରୁଛି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଆଉ ପଶ୍ଚିମ ସବୁଠି ଥଣ୍ଡାର ପ୍ରକୋପ । ସନ୍ଧ୍ୟାରେ ସାମାନ୍ୟ, ରାତିରେ ଅନୁଭୂତ ହେଉଛି ପ୍ରବଳ ଶୀତ । ଗତ ୨୪ ଘଣ୍ଟା କଥା ଯଦି ଦେଖିବା ତେବେ ରାତି ତାପମାତ୍ରା ହ୍ରାସ ପାଇଥିବାବେଳେ ଫୁଲବାଣୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।


ସେହିପରି ରାଉରକେଲାର ରାତି ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ, ଝାରସୁଗୁଡାରେ ୭.୭ ଡିଗ୍ରୀ ସେଲସିୟସ, ସୋନପୁରରେ ୯ ଡିଗ୍ରୀ ସେଲସିୟସ, ଭବାନୀପାଟଣାରେ ୯.୯ ଡିଗ୍ରୀ ସେଲସିୟସ, ସୁନ୍ଦରଗଡରେ ୧୦.୨ ଡିଗ୍ରୀ ସେଲସିୟସ ଓ କେନ୍ଦୁଝରରେ ୧୦.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।ଟ୍ଵିନ୍ ସିଟି କଟକ, ଭୁବନେଶ୍ଵରରେ ବି ରାତି ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଛି । କଟକର ରାତି ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ଵରର ସର୍ବନିମ୍ନ ରାତି ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ ରହିଛି ।

Sponsored
Yellow warning issued for 4 districts due to dense fog till 22nd | Argus News