Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି ଷ୍ଟିଅରିଙ୍ଗ ଧରୁଥିଲେ,ଆଜି ଚାଷ କରି ଅନ୍ୟପାଇଁ ଉଦାହରଣ 

Sangram Tripathy
Browse all articles by Sangram Tripathy
·1 year ago·2 min read
କାଲି ଷ୍ଟିଅରିଙ୍ଗ ଧରୁଥିଲେ,ଆଜି ଚାଷ କରି ଅନ୍ୟପାଇଁ ଉଦାହରଣ 


ଅର୍ଗସ ବ୍ୟୁରୋ:ଗଛରେ ଝୁଲୁଛି ପେନ୍ଥାକୁ ପେନ୍ଥା ଗୋଲଗୋଲ ବାଇଗଣ, ଆଉ ତା ସାଙ୍ଗକୁ ଭେଣ୍ଡି,ଜହ୍ନି,ଝୁଡଙ୍ଗ, କଲରା,କଞ୍ଚାଲଙ୍କା ନା ପ୍ରକାରର ପରିବା ସହ ପୋଖରୀରେ ମାଛ ଚାଷ। ଥରୁଟେ ତାଙ୍କ ଚାଷ କ୍ଷେତ ଦେଖିଲେ ପେଟ ପୁରିଯିବ ଆପଣଙ୍କର,ଘଡିଏ ଅଟକି ଯିବେ ଆପଣ। ସତରେ ଆପଣ ବି ଭାବିବେ ଚାଷ ଅଛି ଯାହାର କି ଆନନ୍ଦ ତାହାର।
ଦିନେ ଟ୍ରକର ଷ୍ଟିଅରିଙ୍ଗ ଧରିବା ମାତ୍ରେ ଜୀବନର ଗାଡ଼ି ଆଗକୁ ମାଡିଚାଲୁଥିଲା,ସେଥିରୁ ଯାହା ମିଳୁଥିଲା ପରିବାର ଚଳିଯାଉଥଲା,ମାତ୍ର ଚାଷପ୍ରତି ତାଙ୍କର ଭଲପାଇବା ତାଙ୍କୁ ଷ୍ଟ୍ୟାରିଙ୍ଗ ଛାଡିବାକୁ ବାଧ୍ୟ କଲା । ସ୍ଥାନୀୟ ଅଞ୍ଚଳରେ ସଭିଙ୍କ ପାଇଁ ସେ ପାଲଟିଗଲେ ଟ୍ରକ ଡ୍ରାଇଭରରୁ ସଫଳ ଯୁବ ଚାଷୀ। ଆମେ କହୁଛି ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍ ବୟାବନାପୁର ପଞ୍ଚାୟତ ହଳଦିଗଡିଆ ଗାଁର ଯୁବ ଚାଷୀ ସଚ୍ଚିନ୍ଦ୍ର କୁମାର ଦାସଙ୍କ କଥା । 


ବୟସ ମାତ୍ର ୩୫, ଏଇ ବୟସରେ ତାଙ୍କର ଚାଷପ୍ରତି ତାଙ୍କ ଭଲପାଇବା ତାଙ୍କୁ ଦେଇଛି ନୂଆ ପରିଚୟ,ନିଜେ ସ୍ବାବାଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ନିଜର ୧୯ଗୁଣ୍ଠ ଜମିରେ ଫଳାଇଛନ୍ତି ବିଭିନ୍ନ ପ୍ରକାରର ସବୁଜ ପନିପରିବା l ଆଉ ଏହି ସବୁଜ ପନିପରିବା ଚାଷ କରି ମାସକୁ ୮୦ରୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି ସେ । ଏହି ଚାଷ ପାଇଁ ରାସାୟନିକ ସାର ଓ ବିଷ ବ୍ୟବହାର ନକରି ଜୈବିକ ସାର ପ୍ରୟୋଗ କରି ବିଭିନ୍ନ ପନିପରିବା ଉତ୍ପାଦନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାର ଚାହିଦା ମଧ୍ୟ ବଢିଚାଲିଛି। କ୍ଷେତରୁ ଉତ୍ପାଦିତ ପନିପରିବା ମାର୍କେଟ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ସଚ୍ଚିନ୍ଦ୍ର। କେବଳ ପନିପରିବା ନୁହେଁ ମାଛ ଚାଷରୁ ମଧ୍ୟ ଭଲ ଦୁଇ ପଇସା କମାଉଛନ୍ତି ଯୁବଚାଷୀ ଜଣଙ୍କ। କୃଷି ବିଭାଗ ଚାଷପ୍ରତି ଆନ୍ତରିକ ରଖିବା ସହ ଚାଷୀଙ୍କୁ ସହାୟତା ଯୋଗଇଦେଲେ ଆହୁରୀ ଭଲ ଚାଷ ହୋଇପାରନ୍ତା ବୋଲି କହିଛନ୍ତି ସଚ୍ଚିନ୍ଦ୍ରଙ୍କ ଭାଇ ହେମେନ୍ଦ୍ର ଦାସ ଏବଂ ସ୍ଥାନୀୟ ବାସିନ୍ଦା ।ସରକାର ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇଦେଲେ ଚାଷୀଙ୍କ ଓଠରେ ଫୁଟନ୍ତା ହସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yesterday he was holding the steering wheel, today he was plowing and setting an example for others | Argus News