Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି

Rashmita Mishra
Browse all articles by Rashmita Mishra
·1 year ago·1 min read
ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି

ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଏପ୍ରିଲ ୧୨ ଯାଏଁ କାଳବୈଶାଖୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେଇଛି । ଆଗାମୀ ୨୪ଘଣ୍ଟା ଯାଏଁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ତୀବ୍ରତା ବଜାୟ ରଖିବା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ପରବର୍ତ୍ତି ୨୪ ଘଣ୍ଟାରେ ଦିଗ ବଦଳାଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଧିରେ ଧିରେ ଦୁର୍ବଳ ହେବ ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ 3 ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। କଟକ ଓ ଭୁବନେଶ୍ବର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୨ ତାରିଖ ପରେ ପାଗରେ ଆସିପାରେ ପରିବର୍ତ୍ତନ ।

ଏପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ୧୨ତାରିଖ ଯାଏଁ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଲି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏପ୍ରିଲ ୧୨ ତାରିଖ ପରେ ରାଜ୍ୟରେ ବଦଳିବ ପାଣିପାଗ । ରାଜ୍ୟରେ ପୁଣି ପାଗ ଶୁଖିଲା ରହିବା ସହ ଖରା ବଢିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
you-will-find-solace-in-unbearable-pain | Argus News