Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ 

କଟକ: ଦାମୀ ଗାଡି ରେଞ୍ଜ ଓଭରରେ ବେପରୁଆ ଗାଡି ଚାଳନା ଯୋଗୁଁ  ଦୁର୍ଘଟଣା ଘଟଣା । ଆଖିବୁଜିଲେ ଯୁବତୀ ଗୁରୁତର ଆହତ ହୋଇଥିବା ଯୁବତୀ। ଗତ ୩୧ ତାରିଖରେ ପାଓ୍ୱାର ହାଉସ୍‌  ଛକରେ ଦୁର୍ଘଟଣା ଡୋଇଥିଲା।  କଟକର ଏକ ଘରୋଇ ହସ୍ପିଟାଲରେ ସିକିତ୍ସାଧିନ ଅବସ୍ଥାରେ  ଯୁବତୀଙ୍କ ମୃତ୍ୟୁ ଘଟିଛି।  ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି।  ଘରର ସବୁ ମୂଲ୍ୟବାନ ଜିନିଷ ବିକି ସାରିବା ପରେ ମଧ୍ୟ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥର ଅଭାବ । ଗାଡି ମାଲିକଙ୍କ ଆଗରେ ସହାୟତା ଲାଗି ନିବେଦନ କରିଥିଲେ କାଁହୁଚରଣଙ୍କ ଭାଇ ଜିତ୍ । 

ହେଲେ କୌଣସି ସାହାଯ୍ୟ ନମିଳିବାରୁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି କାହୁଁଚରଣଙ୍କ ଭାଇ । ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିବେ ତାହେଲେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରିପାରିବେ । ଦାମୀ ଗାଡି ରେଞ୍ଜରୋଭରରେ ବେପରୁଆ ଗାଡି ଚାଳନା। ଦୁର୍ଘଟଣାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି 2 ବାଇକ ଆରୋହୀ । ତିନି ଦିନ ତଳେ ଭୁବନେଶ୍ବର ପାୱାର ହାଉସ ଛକରେ ହୋଇଥିଲା ଏହି ଦୁର୍ଘଟଣା । ଦୁର୍ଘଟଣା ଘଟିଇଥିବା ଗାଡିର ରେଜିଷ୍ଟ୍ରେସନ ଝାରସୁଗୁଡାରେ ରହିଛି । ଆରଟିଓ ଅନୁସାରେ ଏହି ଗାଡି ରହିଛି ଆରମର୍ ରେ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ । ଯେଉଁ କମ୍ପାନୀ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଳ ଦାସଙ୍କର ବୋଲି ଚର୍ଚ୍ଚା ହେଉଛି । ତେବେ ଏବେସୁଦ୍ଧା ଗାଡିର ଦାବିଦାର କେହି ଆଗକୁ ଆସିନାହାଁନ୍ତି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
young girl dead in range rover accident case | Argus News