Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଣ୍ଡଳୀ ବ୍ରିଜରେ ପୋଲିସ ବେଶରେ ଯୁବକଙ୍କ ହାଇଡ୍ରାମା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମୁଣ୍ଡଳୀ ବ୍ରିଜରେ ପୋଲିସ ବେଶରେ ଯୁବକଙ୍କ ହାଇଡ୍ରାମା

ମହାନଦୀକୁ ଡେଇଁଲେ ଯୁବକ । ଉଦ୍ଧାର କଲା ଓଡ୍ରାଫ ଟିମ । ପାଖାପାଖି ୧ ଘଣ୍ଟା ହାଇଡ୍ରାମା କରୁଥିଲେ ଯୁବକ । କେତେବେଳେ ମହାନଦୀର ବ୍ୟାରେଜରେ ଚଢୁଥିଲେ ତ କେତେବେଳେ ମହାନଦୀର ଚେକ ଗେଟ ଆଡକୁ ଯାଉଥିଲେ । ନଦୀକୁ ଡେଇଁବା ପରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ । ଟ୍ରାଫିକ ପୋଲିସ ବେଶରେ ଆସିଥିଲେ ଯୁବକ ।


ତେବେ ଯୁବକ ଜଣକ ପାଗଳ ବୋଲି କୁହାଯାଉଛି । ପୋଲିସ ଡ୍ରେସ୍ କିଣି ନାଟକ ରଚିଥିଲେ ।ତାଙ୍କୁ ରୋକିବା ପାଇଁ ଅଗ୍ନିଶମ ଵାହାନୀ ମଧ୍ୟ ପୋଲିସ କର୍ମଚାରୀ ଙ୍କ ପଛେ ପଛେ ଗୋଡାଉଥିଲେ । ସେପଟେ ମହାନଦୀରେ ଓଡ୍ରାଫ ଟିମ ମଧ୍ୟ ସଜାଗ ରହିଥିଲେ ତାଙ୍କୁ ଉଦ୍ଧାର କରିବା ପାଇଁ । ଯୁବକ ଜଣକ ମହାନଦୀକୁ ଡେଇଁବା ପରେ ତାଙ୍କୁ ଉଦ୍ଧାର କରି ଆଣିଥିଲା ଓଡ୍ରାଫ ଟିମ । ତେବେ ଯୁବକ ଜଣକ ଅଣଓଡିଆ ହୋଇଥିବା ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
young man attempt to suicide at mundali bridge cuttack | Argus News