Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୁକୁରକୁ ଗୋଡେଇ ଗୋଡେଇ ହାଣିଲେ ଯୁବକ

Odisha

କୁକୁରକୁ ଗୋଡେଇ ଗୋଡେଇ ହାଣିଲେ ଯୁବକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୁକୁରକୁ ଗୋଡେଇ ଗୋଡେଇ ହାଣିଲେ ଯୁବକ

ପୁଣି ଆଉ ଗୋଟେ ବୁଲା କୁକୁରକୁ ମାରିଦେଲା ନୃଶଂସ ମଣିଷ। ନିଜର ସ୍ୱାର୍ଥ ପାଇଁ ଏ ମଣିଷ କିଛି ବି କରିପାରେ। ଶେଷରେ ଜୀବଜନ୍ତୁଙ୍କ ଜୀବନ ବି ନେଇପାରେ। ମାନବିକତାର ସବୁ ସୀମା ଡେଇଁଲେ। ରକ୍ତରେ ଜୁଡୁବୁଡୁ ହେଲା ଗାନ୍ଧୀ ନଗର ସପ୍ତମ ଲାଇନ। ସାହିର ଜୈନିକ ବ୍ୟକ୍ତିଙ୍କ ବରଣ୍ଡାରେ ରକ୍ତ ଛିଟା ପଡ଼ିଛି। ଏ କୌଣଷି ମଣିଷ ରକ୍ତ ନୁହଁ, ଏହା ହେଉଛି ବୁଲା କୁକୁରର ରକ୍ତ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ସପ୍ତମ ଲାଇନରେ। ଭୋରୁ ସମୟରେ ଅର୍ଥାତ ୪ଟା ୨୧ରେ ଗୋଟିଏ ସ୍କୁଟିରେ ୩ଜଣ ଯୁବକ ଆସି ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।


କୁକୁରକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଘଟଣା ଆରମ୍ଭରୁ ଶେଷ ଯାଏଁ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ପୁରା ଦୃଶ୍ୟ କଏଦ ହୋଇଛି।ବର୍ତ୍ତମାନ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଅନ୍ୟପକ୍ଷରେ ଆଜି ଭୋରୁ ସମୟ ୩ଟି ସ୍କୁଟିରେ ୮ ଜଣ ଯୁବକ ଗାନ୍ଧୀ ନଗର କଣ ପାଇଁ ଆସିଥିଲେ । କଣ ରହିଥିଲା ସେମାନଙ୍କ ପ୍ଲାନିଂ । ଦୁର୍ବୁତ୍ତଙ୍କ ପ୍ଲାନିଂ ଫେଲ କରିଦେଇଥିଲା କି ଉକ୍ତ କୁକୁର। କଣ ପାଇଁ କୁକୁରକୁ ଜୀବନରୁ ମାରିଦେବାକୁ ଚାହିଁଲେ ଦୁର୍ବୁତ୍ତମାନେ। ଘଟଣା ପଛରେ କଣ ରହିଛି ରହସ୍ୟ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ପୁଲିସ ସମ୍ପୃକ୍ତ ଯୁବକକୁ ଚିହ୍ନଟ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି ।


ଗତ କିଛି ଦିନ ତଳେ କରେଣ୍ଟ ଲଗାଇ କୁକୁରକୁ ମାରିଦେଇଥିଲେ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ସଚେତନ ବାର୍ତ୍ତା ମାଧ୍ୟମରେ ଭିନ୍ନ ଭିନ୍ନ ପ୍ରୟାଶ କରାଯାଉଥିବାବେଳେ ମଣିଷ କେବେ ସୁଧିରିବ ତାହା ବଡ ପ୍ରଶ୍ନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
young-man-chases-a-dog-and-kills-it | Argus News